Home » Matric Examination:ଏଥର ମାଟ୍ରିକ ପରୀକ୍ଷା ନିଜ ବିଦ୍ୟାଳୟରେ

Matric Examination:ଏଥର ମାଟ୍ରିକ ପରୀକ୍ଷା ନିଜ ବିଦ୍ୟାଳୟରେ

matric
Share this:

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (Board Of Secondary Education) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା (Matric Examination) କୁ ଶୃଙ୍ଖଳିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି।

ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଚଳିତବର୍ଷ ସମସ୍ତ ପରୀକ୍ଷାର୍ଥୀ ନିଜ ବିଦ୍ୟାଳୟରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବା ଜଣାଡିଛି। ସୂଚନା ଅନୁଯାୟୀ ପୂର୍ବରୁ ମାଟ୍ରିକ ପରୀକ୍ଷା ଅନ୍ୟ ସ୍କୁଲରେ ଅନୁଷ୍ଠିତ ହୋଇଥାଏ। ତେବେ ଏଥର ପରୀକ୍ଷାର କାର୍ଯ୍ୟସୂଚୀ ଓ ସ୍ଥାନ ପରିବର୍ତ୍ତନ କରାଯାଇଛି। ଏଥର ସବୁ ପରୀକ୍ଷାର୍ଥୀ ନିଜ ସ୍କୁଲରେ ପରୀକ୍ଷା ଦେବେ। ତେବେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପରୀକ୍ଷା କେନ୍ଦ୍ରରେ ନିଜ ସ୍କୁଲ ଶିକ୍ଷକଙ୍କ ବଦଳରେ ଅନ୍ୟ ବିଦ୍ୟାଳୟର ଶିକ୍ଷକ ପରୀକ୍ଷା ନିରୀକ୍ଷକ ଭାବେ ନିୟୋଜିତ ହେବେ। ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ସହ ତ୍ରିସ୍ତରୀୟ ସ୍କ୍ୱାଡ୍‍ ବ୍ୟବସ୍ଥା କରାଯିବ। କରୋନା କଟକଣା  ମଧ୍ୟରେ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।

Share this:

Leave a Reply

Your email address will not be published. Required fields are marked *