କୋଭିଡ଼ ଯୋଦ୍ଧା ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଯଦି ସଂକ୍ରମିତ ହୋଇ ମୃତ୍ୟୁବରଣ କରନ୍ତି, ନିକଟତମ ଆତ୍ମୀୟଙ୍କୁ ମିଳିବ ମାସିକ ସହାୟତା
ଭୁବନେଶ୍ଵର : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍ ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀ ଏବଂ ଆଶାକର୍ମୀମାନଙ୍କ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି। କୋଭିଡ଼ ଯୋଦ୍ଧା ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଯଦି ସଂକ୍ରମିତ ହୋଇ ମୃତ୍ୟୁବରଣ କରନ୍ତି ତେବେ ନିକଟତମ ଆତ୍ମୀୟଙ୍କୁ ମାସିକ ସହାୟତା ମିଳିବ। କୋଭିଡ୍ ଯୁଦ୍ଧରେ ସାମିଲ ହୋଇ କାମ କରୁଥିବା କେହି ଅଙ୍ଗନବାଡ଼ି କର୍ମୀ ଯଦି ସଂକ୍ରମିତ…
ରାଜ୍ୟ ରେ ସୁସ୍ଥ ହେଲେ ୪୫୩ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୧,୩୩୦
ରାଜ୍ୟରେ ଆଜି ଆଉ ୪୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୧,୩୩୦ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୨୨୦ ଜଣ , ସୁନ୍ଦରଗଡ଼ ରୁ ୪୧ ଜଣ, ନବରଙ୍ଗପୁର ରୁ ୩୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୮ ଜଣ, ବଲାଙ୍ଗୀରି ରୁ…
ଏଣିକି ରାଜ୍ୟରେ ଦୈନିକ ୧୦ ହଜାର କୋଭିଡ଼-୧୯ ଟେଷ୍ଟିଂ
ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମିତ ଙ୍କ ସଂଖ୍ୟା କୁ ଦେଖି ରାଜ୍ୟ ସରକାର ରାଜ୍ୟରେ କରୋନା ଟେଷ୍ଟିଂ ସଂଖ୍ୟା ବଢେଇ ଦେଇଛନ୍ତି। ଏଣିକି ଦୈନିକ ୧୦ହଜାର ଟେଷ୍ଟ କରାଯିବ। ସେଥିମଧ୍ୟରୁ RT-PCR ରେ ୭ହଜାର ଓ ୩ହଜାର ଆଣ୍ଟିଜେନ୍ ଟେଷ୍ଟ ହେବ। ଭୁବନେଶ୍ଵରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ର ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ସୂଚନା ଅନୁସାରେ ନିକଟରେ ପୁଣି ୨ ଲକ୍ଷ ଆଣ୍ଟିଜେନ୍ କିଟ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ସମସ୍ତଙ୍କ ପାଇଁ ଆଗାମୀ ୧୪…
ରାଜ୍ୟରେ ରେକର୍ଡ ସଂଖ୍ୟକ ନୂଆ ୭୧୮ କରୋନା ପଜିଟିଭ ଚିହ୍ନଟ,ଗଞ୍ଜାମ ରୁ ସର୍ବାଧିକ
ରାଜ୍ୟରେ ଆଜି ୭୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୪୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୩୯ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୪ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୩୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ଜିଲାରେ ୧୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…
ଆଜିଠାରୁ ୪ ଜିଲ୍ଲା ଓ ରାଉରକେଲା ୧୪ ଦିନ ପାଇଁ ଲକଡାଉନ୍, ଅତ୍ୟାବଶ୍ୟକୀୟ ସେବା ଲକଡାଉନ ରୁ ବାଦ
ଭୁବନେଶ୍ୱର: କରୋନା ସଂକ୍ରମଣ କୁ ରୋକିବା ପାଇଁ ରାଜ୍ୟ ସରକାର ବହୁଳ ସଂକ୍ରମଣ ଥିବା ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମକୁ ୧୪ଦିନ ଲାଗି ଲକ୍ଡାଉନ୍ ଘୋଷଣା କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟବାସୀଙ୍କୁ ଏହି ନିଷ୍ପତ୍ତି ସଂପର୍କରେ ଅବଗତ କରିଛନ୍ତି। ମୁଖ୍ୟଶାସନ ସଚିବଙ୍କ ଘୋଷଣା ଅନୁସାରେ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାକୁ ଆସନ୍ତା ୧୪ ଦିନ ଯାଏଁ ଲକଡାଉନ୍ ରଖାଯିବ। ସେହିପରି ସୁନ୍ଦରଗଡ଼ ଜିଲ୍ଲାର ସଂକ୍ରମିତ ରାଉରକେଲା…
ଆଜି ଅନୁଗୋଳ ରୁ ୪ କରୋନା ପଜିଟିଭ ଚିହ୍ନଟ; ମୋଟ ପଜିଟିଭ ୧୫୮
ଅନୁଗୋଳ : ଆଜି ଜିଲ୍ଲାରୁ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୪ ପଜିଟିଭଙ୍କ ମଧ୍ୟରୁ ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ସର୍ବାଧିକ ୩ ଜଣ ଓ ତାଳଚେର ବ୍ଲକ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି। ଛେଣ୍ଡିପଦା ବ୍ଲକ ଅଞ୍ଚଳର ଜଣେ ୬୫ ବର୍ଷୀୟ ପୁରୁଷ,ଜଣେ ୪୫ ବର୍ଷୀୟ ମହିଳା ଓ ଜଣେ ୩ ବର୍ଷର ବାଳକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି। ସେହିପରି ତାଳଚେର ବ୍ଲକ ଅଞ୍ଚଳର ଜଣେ ୨୪…
ଦଶ ହଜାର ରୁ ଉର୍ଦ୍ଧ କୋଭିଡ୍ ରୋଗୀ ସୁସ୍ଥ ହେଇଥିବାରୁ କୋଭିଡ୍ ଯୋଦ୍ଧାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ
କୋଭିଡ଼-୧୯ ପରୀକ୍ଷା ପାଇଁ ପ୍ରତି କିଟ୍ ପାଇଁ ସର୍ବାଧିକ ଦର ୪୫୦ ଟଙ୍କା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ଉଦ୍ୟମ ବଳରେ ୧୫ ଜୁଲାଇ ୨୦୨୦ରେ ଓଡ଼ିଶାର ୧୦ ହଜାର ରୁ ଉର୍ଦ୍ଧ କୋଭିଡ୍ ରୋଗୀ ସୁସ୍ଥ ହେଇଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ତୃଣମୂଳ ସ୍ତରରେ କୋଭିଡ୍ କେୟାର ହୋଠାରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ସ୍ଵତନ୍ତ୍ର କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା,…
ରାଜ୍ୟ ରେ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୮୭୭
ରାଜ୍ୟରେ ଆଜି ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୮୭୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଯାଜପୁର ରୁ ୯୮ ଜଣ, ଗଞ୍ଜାମ ଜିଲ୍ଲା ରୁ ୮୪ ଜଣ , ସୁନ୍ଦରଗଡ଼ ରୁ ୪୬ ଜଣ, ଗଜପତି ରୁ ୩୬,ଝାରସୁଗୁଡା ଜିଲ୍ଲାରୁ ୩୦ ଜଣ,…
୩୬ ଜଣ ନେତାଙ୍କୁ ବିଜୁ ଜନତା ଦଳର ରାଜ୍ୟ ସ୍ତରୀୟ ସାଧାରଣ ସଚିବ ଭାବରେ ନିଯୁକ୍ତ
ତୃଣମୂଳ ସ୍ତରରୁ ବିଜୁ ଜନତା ଦଳକୁ ସୁସଂଗଠିତ କରିବା ନିମନ୍ତେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳର ୩୬ ଜଣ ସକ୍ରିୟ ନେତାଙ୍କୁ ବିଜୁ ଜନତା ଦଳର ରାଜ୍ୟ ସ୍ତରୀୟ ସାଧାରଣ ସଚିବ ଭାବରେ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଦଳ ସୁଦୃଢ ହେବା ସହ ସରକାରୀ ସୁବିଧା ସୁଯୋଗ ଲୋକମାନଙ୍କ ନିକଟରେ ସହଜରେ ପହଁଚି ପାରିବ । ବିଜେଡି ଦଳରେ ମୋଟ ୩୬ଜଣଙ୍କୁ ସାଧାରଣ ସମ୍ପାଦକ ପଦ ସହ ଦଳର ବିଭିନ୍ନ କ୍ଷେତ୍ର…
ବିହାରରେ ଉଦ୍ଘାଟନ ର ୨୯ ଦିନ ପରେ ପୋଲ ଭୁଷୁଡିପଡ଼ିଲା;ନିତୀଶ କୁମାର କହିଲେ ପୋଲ ନଷ୍ଟ ହୋଇଥିବା ଖବର ମିଥ୍ୟା
ବିହାରର ଗୋପାଳଗଞ୍ଜ ଜିଲ୍ଲାରେ୨ଶହ ୬୩ କୋଟି ଟଙ୍କା ମୂଲ୍ୟରେ ଗଣ୍ଡକ ନଦୀ ଉପରେ ନିର୍ମିତ ସତ୍ତରା ଘାଟ ସେତୁ ଭୁଷୁଡି ପଡିଛି। ଏହି ସେତୁକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉଦଘାଟନ କରିଥିଲେ। ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ଗଣ୍ଡକ ନଦୀ ଉପରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ସତ୍ତରା ଘାଟ ସେତୁର ଏକ ଅଂଶ ଭାଙ୍ଗି ନଦୀରେ ଭାସିଯାଇଛି। ବ୍ରିଜ ଭାଙ୍ଗିବା ପରେ ବିହାର ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ସରକାର…
