ଆଜିଠାରୁ ଆନ୍ତର୍ଜାତୀୟ କ୍ରିକେଟ୍ ଫେରୁଛି; ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍

ଆଜି ବିଶ୍ୱ କ୍ରିକେଟ୍ ପାଇଁ   ଏକ ଐତିହାସିକ  ଦିନ ହେବାକୁ ଯାଉଛି, କରୋନା ଭୂତାଣୁ ମହାମାରୀ ମଧ୍ୟରେ ୧୧୭ ଦିନର ବ୍ୟବଧାନ ପରେ ଆନ୍ତର୍ଜାତୀୟ କ୍ରିକେଟ୍ ଫେରି ଆସିବ। ବିନା ଦର୍ଶକ ରେ  ସାଉଥମ୍ପଟନ୍‌ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଆଜି ଇଂଲଣ୍ଡ ଓ  ୱେଷ୍ଟଇଣ୍ଡିଜ୍ ଦଳ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ସୂଚନା ଯୋଗ୍ୟ ଗତ ମାର୍ଚ୍ଚରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ଥର ପାଇଁ  ଆନ୍ତର୍ଜାତୀୟ…

Read More

ନୋ ଏନ୍ଟ୍ରୀ ଭୁବନେଶ୍ୱର

ଗଞ୍ଜାମ-ଖୋର୍ଦ୍ଧା ବର୍ଡରକୁ ସିଲ୍ କରାଯାଇଛି। ଜିଲ୍ଲାର କାହାକୁ ଭୁବନେଶ୍ୱର ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି। ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ରୋକିବା ଲାଗି  ଏପରି ନିର୍ଦେଶ ଦଆଯାଇଛି। Ganjam Korda border is sealed. No person will be allowed to go Bhubaneswar. Kindly cooperate @CMO_Odisha @SRC_Odisha — Collector & District Magistrate, Ganjam (@Ganjam_Admin)…

Read More

ସାଲେପୁର ବିଧାୟକ କରୋନା ରେ ସଂକ୍ରମିତ

କଟକ: ପୁଣିଜଣେ ରାଜ୍ୟର ବିଧାୟକ କରୋନା ରେ ଆକ୍ରାନ୍ତ। ସାଲେପୁର ଶାସକ ଦଳର ବିଧାୟକ ପ୍ରଶାନ୍ତ ବେହେରା ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ପିଏସ୍‌ଓ ଓ ଡ୍ରାଇଭର୍‌ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ବିଭିନ୍ନ ସମୟରେ  ମନ୍ତ୍ରୀ, ପଦସ୍ଥ ସରକାରୀ ଅଧିକାରୀ, କଟକ, ସାଲେପୁର ଅଂଚଳର କିଛି  କର୍ମୀ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ବିଧାୟକଙ୍କ ପିଏସ୍‌ଓ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି ଓ ତାଙ୍କ ଘର ନିଶ୍ଚିନ୍ତକୋଇଲି ଅଂଚଳରେ ଅବସ୍ଥିତ। ଏଥିସହିତ ବିଧାୟକ ଙ୍କ ଡ୍ରାଇଭର୍‌ ମଧ୍ୟ…

Read More

ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋ କୋଭିଡ଼-୧୯ ରେ ଆକ୍ରାନ୍ତ

ବ୍ରାସିଲିଆ: ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି ଯେ ସେ କରୋନାଭାଇରସ୍ ପଜିଟିଭ୍ କିନ୍ତୁ ସେ ନିଜକୁ ସମ୍ପୂର୍ଣ୍ଣ ଭଲ ଅନୁଭବ କରୁଛନ୍ତି ଏବଂ କେବଳ ସାମାନ୍ୟ ଲକ୍ଷଣ ଥିବା କହିଛନ୍ତି। ଏହି ପରୀକ୍ଷା “ବାହାରକୁ ଆସିଛି ଏବଂ ଏହା ସକରାତ୍ମକ” ବୋଲି ରାଷ୍ଟ୍ରପତି ବୋଲସନାରୋ ରାଜଧାନୀ ବ୍ରାସିଲିଆରେ ଥିବା ତାଙ୍କ ବାସଭବନରୁ ଏକ ଟେଲିଭିଜନ ସାକ୍ଷାତକାରରେ କହିଛନ୍ତି ଯେ ସେ ଏହି ରୋଗର ଚିକିତ୍ସା ପାଇଁ ହାଇଡ୍ରୋକ୍ସିଚ୍ଲୋରୋକାଇନ୍  ଏବଂ ଆଜିଥ୍ରୋମାଇସିନ୍ ନେଉଛନ୍ତି।…

Read More

ଓଡ଼ିଶାରେ ସୁସ୍ଥ ହେଲେ ୨୧୭ କରୋନା ଆକ୍ରାନ୍ତ;ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬୭୦୩ କୁ ବୃଦ୍ଧି

ରାଜ୍ୟରେ ମଙ୍ଗଳବାର  ଆଉ ୨୧୭  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬,୭୦୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୯୬ ଜଣ , ଖୋର୍ଦ୍ଧା ଜିଲ୍ଲା ରୁ ୧୮ଜଣ। ବରଗଡ଼ ଜିଲ୍ଲା ରୁ ୧୩ ଜଣ, ବାଲେଶ୍ଵର ରୁ ୧୬ ଜଣ,ମୟୂରଭଞ୍ଜ ରୁ…

Read More

ପୂର୍ବରୁ କରୋନା ପୃଥିବୀ ରେ ଥିଲା! ଚୀନ ରୁ ନୁହେଁ : ଅକ୍ସଫୋର୍ଡ ବିଶେଷଜ୍ଞ

“ମୁଁ ଭାବୁଛି ଭାଇରସ୍ ପୂର୍ବରୁ ସବୁଆଡେ ଥିଲା। ଆମେ ହୁଏତ ଏକ ସୁପ୍ତ ଭୂତାଣୁ  ଦେଖୁଛୁ ଯାହା ପରିବେଶ ଅବସ୍ଥା ଦ୍ୱାରା ସକ୍ରିୟ ହୋଇଛି”। ବୋଲି ଜିନହୁଆ ନ୍ୟୁଜ୍ ଏଜେନ୍ସି କୁ ଅକ୍ସଫୋର୍ଡର ଜଣେ ବରିଷ୍ଠ ସହଯୋଗୀ ଶିକ୍ଷକ ଜେଫରସନ କହିଛନ୍ତି। ସେ କହିଛନ୍ତି, ଫେବୃଆରୀ ପ୍ରାରମ୍ଭରେ ଫଲ୍କଲ୍ୟାଣ୍ଡ ଦ୍ୱୀପପୁଞ୍ଜରେ ଏକ ମାମଲା ହୋଇଥିଲା। ବର୍ତ୍ତମାନ ଏହା କେଉଁଠୁ ଆସିଲା? ଦକ୍ଷିଣ ଜର୍ଜିଆରୁ ବୁଏନୋସ୍ ଆଇରେସ୍ କୁ ଯାଇଥିବା ଏକ କ୍ରୁଜ୍ ଜାହାଜ ଥିଲା ଏବଂ ଯାତ୍ରୀମାନଙ୍କୁ…

Read More

ହ୍ୟାଣ୍ଡ ସାନିଟାଇଜର ଓ ଫେସ୍ ମାସ୍କ ଜରୁରୀ ଦ୍ରବ୍ୟ ସୂଚୀରୁ ହଟିଲା

ନୂଆଦିଲ୍ଲୀ : ଗତ ମାର୍ଚ୍ଚ ମାସରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବା ଦେଖି ଫେସ ମାସ୍କ ଓ ସାନିଟାଇଜରର ଅଭାବ ଦେଖାଯାଇଥିଲା। ଏହାର  ଗୁରୁତ୍ୱକୁ ନେଇ କେନ୍ଦ୍ର ସରକାର ଏହି ଦୁଇଟି ଜିନିଷକୁ ଜରୁରୀ ଦ୍ରବ୍ୟ ଅଧିନିୟମ ଅନ୍ତର୍ଭୁକ୍ତ କରିଥିଲେ। ଏବେ ସରକାର ନିଜ ନିଷ୍ପତ୍ତିକୁ ବଦଳାଇଛନ୍ତି।  ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ବର୍ତ୍ତମାନ ଜରୁରୀ ଦ୍ରବ୍ୟ ଅଧିନିୟମ ୧୯୫୫  ରୁ ଫେସ୍ ମାସ୍କ ଓ  ହ୍ୟାଣ୍ଡ ସାନିଟାଇଜରକୁ ହଟାଇ ଦେଇଛି। ମନ୍ତ୍ରାଳୟ ପକ୍ଷରୁ…

Read More

ଭାରତ ସରକାର ଓ ବିଶ୍ୱବ୍ୟାଙ୍କ ମଧ୍ୟରେ ୭୫୦ ନିୟୁତ ଡଲାରର ଚୁକ୍ତି ସ୍ୱାକ୍ଷରିତ

ବିଶ୍ୱବ୍ୟାଙ୍କ ଓ ଭାରତ ସରକାର ମଧ୍ୟରେ ଏକ ଆର୍ଥିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।  ବିଶ୍ୱବ୍ୟାଙ୍କ ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ଜରୁରୀକାଳୀନ ସହାୟତା କାର୍ଯ୍ୟକ୍ରମ ବାବଦରେ ୭୫୦ନିୟୁତ ଡଲାର ଯୋଗଇଦେବ । କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଏହି ଉଦ୍ୟୋଗକୁ ଅର୍ଥ ଯୋଗାଣ ବୃଦ୍ଧି କରିବାରେ ଏହି ଅର୍ଥ ବ୍ୟୟ ହେବ। ପାଞ୍ଚ ବର୍ଷର କୋହଳ ସମୟ ସମେତ ମୋଟ ୧୯ବର୍ଷରେ ଭାରତକୁ କୋହଳ ହାରରେ ଏହି ଋଣ ପରିଶୋଧ କରିବାକୁ…

Read More

ବ୍ରାଜିଲରେ ଗତ ୨୪ଘଣ୍ଟା ମଧ୍ୟରେ ୬୨୦ କରୋନା ରୋଗୀଙ୍କର ମୃତ୍ୟୁ;ମୃତ୍ୟୁ ସଂଖ୍ୟା ୬୫ ହଜାରରୁ ଅଧିକ

ବିଶ୍ୱର ଦ୍ୱିତୀୟ ସଂକ୍ରମିତ ଦେଶ ବ୍ରାଜିଲରେ ଗତ ୨୪ଘଣ୍ଟା ମଧ୍ୟରେ ୬୨୦  ଜଣଙ୍କର ମୃତ୍ୟୁ ହୋଇଛି, ଯାହା ମୋଟ ମୃତ୍ୟୁ ସଂଖ୍ୟା ୬୫,୫୫୬  କୁ ବୃଦ୍ଧି ପାଇଛି। ଏଥି ସହିତ ମୋଟ ସଂକ୍ରମିତ ସଂଖ୍ୟା ୧୬ ଲକ୍ଷ ୨୬ ହଜାର ୭୧ ହୋଇଛି। ଏଥିସହ ୯  ଲକ୍ଷ ୭୮ ହଜାର ୬୧୫ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ବ୍ରାଜିଲ ପୂର୍ବରୁ ଆମେରିକା ସର୍ବାଧିକ ସଂକ୍ରମିତ ଦେଶ। ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୦ ଲକ୍ଷ ୪୧ ହଜାର ୩୫…

Read More

ରାଜ୍ୟରେ ପୁଣି ୫୭୧କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୫୭୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୮ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୧ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୭୩  ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଗଜପତି  ଜିଲ୍ଲାରେ ୫୬ ଓ ବରଗଡ଼  ରେ ସୁନ୍ଦରଗଡ଼…

Read More

ଗୃହ ମନ୍ତ୍ରଣାଳୟ ବିଶ୍ୱବିଦ୍ୟାଳୟ ସହିତ ଅନ୍ୟ ପରୀକ୍ଷା ପାଇଁ ଅନୁମତି ଦେଲା; ସେପ୍ଟେମ୍ବର ଶେଷ ସୁଦ୍ଧା ପରୀକ୍ଷା

ନୂଆଦିଲ୍ଲୀ : ଗୃହ ମନ୍ତ୍ରଣାଳୟ ଆଜି କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖି ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ପରୀକ୍ଷା ଦେବାକୁ ଅନୁମତି ଦେଇଛନ୍ତି। ପରୀକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନିର୍ଦ୍ଦେଶାବଳୀ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡର୍ (ଏସଓପି) ଅନୁଯାୟୀ ଚୂଡ଼ାନ୍ତ ପରୀକ୍ଷା କରିବା ବାଧ୍ୟତାମୂଳକ ଅଟେ। କୋଭିଡ -୧୯ ମହାମାରୀ ମଧ୍ୟରେ…

Read More