mtimes odia
Home » ସ୍ମାର୍ଟ ଫୋନରେ ଡିପ୍ଲୋମା ପରୀକ୍ଷା

ସ୍ମାର୍ଟ ଫୋନରେ ଡିପ୍ଲୋମା ପରୀକ୍ଷା

COURTESY:TIMESNOW
Share this:

ଭୁବନେଶ୍ଵର: କରୋନା ଭୂତାଣୁ ମହାମାରୀ ଦିନକୁ ଦିନ ବଢି ଚାଲିଛି। ଛାତ୍ରୀ ଛାତ୍ର ଙ୍କ ସୁରକ୍ଷା କୁ ନେଇ ଚଳିତବର୍ଷ ଅନ୍‌ଲାଇନରେ ହେବ ଡିପ୍ଲୋମା ପରୀକ୍ଷା। ଏ ସମ୍ପର୍କରେ ବୈଷୟିକ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସୂଚନାଅନୁସାରେ ,ଛାତ୍ରଛାତ୍ରୀମାନେ ନିଜ ନିଜ କମ୍ପ୍ୟୁଟର ଏବଂ ଲାପଟପ୍‌ ମାଧ୍ୟମରେ  ଅନ୍‌ଲାଇନରେ ପରୀକ୍ଷା ଦେବେ। ଯେଉଁ ଛାତ୍ରୀଛାତ୍ରଙ୍କର ନିଜର ଲାପଟପ୍‌ କିମ୍ବା କମ୍ପ୍ୟୁଟର ନାହିଁ ସେମାନେ ନିଜ ନିଜ  ସ୍ମାର୍ଟ ଫୋନରେ ପରୀକ୍ଷା ଦେଇପାରିବେ। ଆସନ୍ତା ଅଗଷ୍ଟ ୧ ତାରିଖରୁ ୨୦ ତାରିଖ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ର ୭ ଦିନ ମଧ୍ୟରେ ଫଳାଫଳ ପ୍ରକାଶ ପାଇବ ବୋଲି ବୈଷୟିକ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ରେ ପ୍ରକାଶ ପାଇଛି। ରାଜ୍ୟରେ ଏ ବର୍ଷ ପ୍ରାୟ ୨୫ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେବେ ବୋଲି ଜଣାପଡିଛି।

Share this: