mtimes odia
Home » ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା

ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା

Share this:

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ ପୋଲିସର ଅତିରିକ୍ତ ସିପି ମନୋଜ କୁମାର ମଧୁ ପାଲରୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନିଶ୍ଚିତ କରିଛନ୍ତି। ସୁଶାନ୍ତଙ୍କ ଆତ୍ମହତ୍ୟା ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ମୁମ୍ବାଇ ପୋଲିସର ସୂତ୍ରରୁ ପ୍ରକାଶ ଯେ ତାଙ୍କ ଫ୍ଲାଟରୁ କିଛି ଔଷଧ  ମିଳିଛି, ଯାହା ସୂଚାଇ ଦେଉଛି ଯେ ସେ ଗତ କିଛି ମାସ ହେବ ଡିପ୍ରେସନରେ ଚିକିତ୍ସିତ ହେଉଥିଲେ। ଏପର୍ଯ୍ୟନ୍ତ ତାଙ୍କ କୋଠରୀରୁ ଆତ୍ମହତ୍ୟା ନୋଟ୍ ମିଳିନାହିଁ । ଖବର ଅନୁଯାୟୀ, ଯେତେବେଳେ ସୁଶାନ୍ତଙ୍କ କୋଠରୀର କବାଟ ଭଙ୍ଗାଗଲା, ସେତେବେଳେ ସେ କୋଠରୀରେ ଥିବା ଫ୍ୟାନ ରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ସୁଶାନ୍ତ ଙ୍କ ଘର ଚାକର ପୋଲିସକୁ ଜଣାଇଥିଲେ। ପୋଲିସର ସୂଚନାନୁସାରେ, ସୁଶାନ୍ତ ସିଂ ରାଜପୁତ ତାଙ୍କ କୋଠରୀରେ ସବୁଜ କପଡା ପିନ୍ଧିଥିଲେ ଯେଉଁଥିରେ ସେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତଦେହକୁ କପୁର୍ ହସ୍ପିଟାଲକୁ ଅଣାଯାଇଛି, ଯେଉଁଠାରେ ଶବ ବ୍ୟବଚ୍ଛେଦ କରାଯିବ।

Share this: