T20 World Cup 2022: ଟି-୨୦ ବିଶ୍ୱକପ ୨୦୨୨ ଇଂଲଣ୍ଡ ପାକିସ୍ତାନକୁ ହରାଇ ଚାମ୍ପିଅନ୍ ହୋଇଛି। ଆଜି ରବିବାର ଫାଇନାଲ ମ୍ୟାଚ ଏମସିଜିରେ ଖେଳାଯାଇଥିଲା। ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ୫୨ ରନ୍ ଏବଂ ମୋଇନ ଅଲିଙ୍କ ଚମତ୍କାର ଇନିଂସ ବଳରେ ପାକିସ୍ତାନ ୫ ଉଇକେଟ୍ରେ ପରାସ୍ତ ହୋଇଛି।
ସୂଚନାଯୋଗ୍ୟ, ଇଂଲଣ୍ଡର ଏହା ହେଉଛି ଦ୍ୱିତୀୟ ଟି -୨୦ ବିଶ୍ୱକପ ଟାଇଟେଲ। ପୂର୍ବରୁ ଇଂଲଣ୍ଡ ଏହି ଟ୍ରଫି ୨୦୧୦ରେ ହାସଲ କରିଥିଲା। ଆଜି ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୮ ୱିକେଟ ହରାଇ ୧୩୭ ରନ୍ ସ୍କୋର କରିଥିଲା, ଏହାର ଜବାବରେ ଇଂଲଣ୍ଡ ୧୯ ଓଭରରେ ଏହି ଲକ୍ଷ୍ୟ ହାସଲ କରି ଚମ୍ପିୟାନ (T20 World Cup 2022) ହୋଇଛି।
ଉଲ୍ଲେଖଯୋଗ୍ୟ, ଉଭୟ ଦଳ ସେମିଫାଇନାଲ ଖେଳିଥିବା ଟିମକୁ ଅପରିବର୍ତ୍ତିତ ରଖିଥିଲେ। ଏହାପୂର୍ବରୁ ପାକିସ୍ତାନ ନିଜର ପ୍ରଥମ ଦୁଇଟି ସୁପର ୧୨ ଗେମ୍ ହାରିବା ପରେ ପରବର୍ତ୍ତୀ ତିନିଟିରେ ଜିତିବା ସହ ନ୍ୟୁଜିଲ୍ୟାଣ୍ଡକୁ ସାତ ୱିକେଟ୍ ରେ ସେମିଫାଇନାଲରେ ହରାଇ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ସୁପର ୧୨ ପର୍ଯ୍ୟାୟ ଗ୍ରୁପ୧ ରେ ସାତ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ଦ୍ୱିତୀୟ ସେମିଫାଇନାଲରେ ଭାରତକୁ ୧୦ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।
Read Also
- Puri: ନାବାଳିକାଙ୍କୁ ଅପହରଣ କରି ୧ ଲକ୍ଷ ଟଙ୍କା ଦାବି, କେନିଆ ନାଗରିକ ଗିରଫ

- Odisha Gold Mines: ଓଡ଼ିଶାର ୩ ଜିଲ୍ଲାରେ ସୁନା ଭଣ୍ଡାର ଚିହ୍ନଟ, ୨୦୨୬-୨୭ରେ ହେବ ଖଣି ନିଲାମ

- Radha Pada Darshan ବର୍ଷକୁ ଥରେ ମିଳେ ମା’ ରାଧାଙ୍କ ପାଦ ଦର୍ଶନ, ସାକ୍ଷୀଗୋପାଳରେ ଲକ୍ଷାଧିକ ଭକ୍ତ

- ICC New Chairman: ଦ୍ୱିତୀୟ ଥର ଆଇସିସି ଅଧ୍ୟକ୍ଷ ହେଲେ ଜୟ ଶାହ

- Cyclone Akvan Landfall: ବଙ୍ଗୋପସାଗରରେ ଅବପାତ, ୧୯ରେ ଅତି ଭୀଷଣ ବାତ୍ୟା ଆଶଙ୍କା!


