Home » ମହିମା ଲାଇଭ
Weather Report of Odisha

Weather Report: ଆଜି ୮ଟି ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ଵର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଆଜି ଏହା ଆନ୍ଧ୍ର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଉପକୂଳ ଅଞ୍ଚଳରେ ବର୍ଷା ହୋଇଛି। ଆଜି ୮ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେଗୁଡ଼ିକ ହେଉଛି ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର। ଏହି ଜିଲ୍ଲାଗୁଡ଼ିକ ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

Read More
Weather Report of Odisha

Weather Report: ଆଜି ଓଡ଼ିଶାରେ ପ୍ରବଳ ବର୍ଷା, ପବନର ବେଗ ଘଣ୍ଟା ପ୍ରତି ୬୫ କିଲୋମିଟର ହୋଇପାରେ

ଭୁବନେଶ୍ଵର: ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବା ପରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ତୀବ୍ର ଅବପାତରେ ପରିଣତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ବିଶାଖାପଟନମ୍‍ ମଧ୍ୟରେ ଆଜି ରାତି ସୁଦ୍ଧା ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ନବରଙ୍ଗପୁର, କନ୍ଧମାଳ, ପୁରୀ, ନୟାଗଡ଼, ଖୋର୍ଦ୍ଧା…

Read More
odisha-school

ସରକାରୀ ସ୍କୁଲ ଶିକ୍ଷକଙ୍କୁ କଡ଼ା ନିର୍ଦ୍ଦେଶ, ବାହାରେ ନବୁଲି ସ୍କୁଲର ଦାୟିତ୍ୱ ନିଅ

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): କରୋନା (Covid-19) ସଂକ୍ରମଣ ବ୍ୟାପୁଥିବା କାଳରେ ଦୀର୍ଘ ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟର ବିଦ୍ୟାଳୟ ସବୁ ବନ୍ଦ ରହିଛି। ବର୍ତ୍ତମାନ ରାଜ୍ୟରେ ଲକଡାଉନ ଏବଂ ସଟଡାଉନ ଖୋଲିଗଲାଣି। ଅନଲାଇନ ପାଠ ପଢାରେ ସବୁ ଛାତ୍ରଛାତ୍ରୀ ସଫଳ ହୋଇପାରି ନାହାନ୍ତି। ସରକାର ବର୍ତ୍ତମାନ ସ୍କୁଲ ଖୋଲିବା ପାଇଁ ଚିନ୍ତାକଲେଣି। କିଛି ଶିକ୍ଷକ ନିଜ ସ୍କୁଲ ଛାଡି ଅନ୍ୟ ଜିଲ୍ଲାରେ ରହୁଛନ୍ତି।    Also Read |School Reopens : ଅକ୍ଟୋବର…

Read More
Weather Report of Odisha

Weather Report: ଆଜି ସୃଷ୍ଟି ହେଉଥିବା ଲଘୁଚାପ,୧୧ରେ ଓଡ଼ିଶା ଛୁଇଁବ

ଭୁବନେଶ୍ଵର: ଉତ୍ତର ଆଣ୍ଡାମାନ ସାଗର ଏବଂ ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପକୂଳରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଆସନ୍ତା ୧୧ତାରିଖରେ ଦକ୍ଷିଣ ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଜଣାପଡିଛି। ଏହାର ପ୍ରଭାବରେ ମାଲକାନଗିରି,କୋରାପୁଟ, ଗଜପତି, ରାୟଗଡା, ଗଞ୍ଜାମ, ପୁରୀ, କନ୍ଧମାଳ, ଖୋର୍ଦ୍ଧା, ଜଗସିଂହପୁର, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହିସବୁ ଜିଲ୍ଲାଗୁଡିକୁ…

Read More
Union minister D pradhan

ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ସିଏନଜି ଷ୍ଟେସନକୁ ଉତ୍ସର୍ଗୀକୃତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (PSU) ଓ ସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେ ଗ୍ୟାସ ଆଧାରିତ ଭିତ୍ତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର ବୋଲି ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ଟି ସିଏନଜି (CNG) ଷ୍ଟେସନ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲୋକାର୍ପିତ ସିଏନଜି ଷ୍ଟେସନ ଭାରତର ସ୍ୱଚ୍ଛ ଓ ସବୁଜ ଭବିଷ୍ୟତ ଗଠନ ଦିଗରେ ଥିବା ପ୍ରଚେଷ୍ଟାକୁ ସଶକ୍ତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି…

Read More
Odisha-ga

ବଦଳିଲେ ୪ ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ୱର(ମହିମା ଲାଇଭ): ବୁଧବାର ରାଜ୍ୟ ସରକାର ୪ଟି ଜିଲ୍ଲାର ଜିଲ୍ଲାପାଳଙ୍କ ବଦଳି କରିଛନ୍ତି। ଜିଲ୍ଲାଗୁଡିକ ହେଲେ ଯାଜପୁର, ଅନୁଗୋଳ, ନୂଆପଡ଼ା ଓ ବଲାଙ୍ଗିର। ଏଥିସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବଦଳି ମଧ୍ୟ କରିଛନ୍ତି। ସାଧାରଣ ପ୍ରଶାସନ(General Administration) ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଯାଜପୁର ଜିଲ୍ଲାପାଳ ଆଇଏଏସ ରଞ୍ଜନ କୁମାର ଦାସଙ୍କୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ବଲାଙ୍ଗିର ଜିଲ୍ଲାପାଳ ଆଇଏଏସ ଅରିନ୍ଦମ ଡାକୁଆଙ୍କୁ ଫଚାୟତିରାଜ ବିଭାଗ…

Read More
Maan ki Baat

ଶ୍ୱାନ ପାଳିବାକୁ ଚାହିଁଲେ ଦେଶୀ ପ୍ରଜାତି ବାଛିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମନ୍‌କୀ ବାତ୍‌ କାର୍ଯ୍ୟକ୍ରମରେ ଭାରତୀୟ ସେନାର ଦୁଇଟି କୁକୁର ସୋଫି ଓ ବିଦା କଥା କହିଛନ୍ତି। ଏହି ଦୁଇ କୁକୁର ସେମାନଙ୍କ କର୍ତ୍ତବ୍ୟ ନିଷ୍ଠା ପାଇଁ ‘ସ୍ଥଳସେନାଧ୍ୟକ୍ଷ ପ୍ରଶଂସାପତ୍ର’ ପାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତିରକ୍ଷା ବାହିନୀ ଓ ନିରାପତ୍ତା ବାହିନୀରେ ଏଭଳି ଅନେକ ସାହସୀ ଶ୍ୱାନ ଅଛନ୍ତି। ଏସବୁ କୁକୁର ଅନେକ ବୋମା ବିସ୍ଫୋରଣ ଓ ଆତଙ୍କବାଦୀ ଷଡଯନ୍ତ୍ରକୁ ଭଣ୍ଡୁର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଲୁଚାଇ ରଖାଯାଇଥିବା ବିସ୍ଫୋରକ…

Read More

ଭାରତର ମହାକାଶ ଗବେଷଣାରେ ଓଡ଼ିଶାର ପ୍ରମୁଖ ଭୂମିକା:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ମହାକାଶ ଗବେଷଣା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଆଣିଥିବା ସଂସ୍କାର ଓଡିଶା ଭଳି ରାଜ୍ୟ ପାଇଁ ସହାୟକ ହୋଇଥିବା ବେଳେ ଓଡ଼ିଶା ଭାରତର ମହାକାଶ ଗବେଷଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛି। ଚାନ୍ଦିପୁର, ବାଲେଶ୍ୱର ଏବଂ ଭଦ୍ରକର ଭାରତରତ୍ନ ଅବଦୁଲ କଲାମ ଦ୍ୱୀପପୁଞ୍ଜ ଭଳି କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଭାରତର ଅନେକ ଗୌରବମୟ ସଫଳତାର ସାକ୍ଷୀ ହୋଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ମହାକାଶ କ୍ଷେତ୍ରରେ ମୋଦୀ ସରକାରଙ୍କ ସଂସ୍କାର ପ୍ରସଙ୍ଗରେ…

Read More

ଢେଙ୍କାନାଳ ଜିଲ୍ଲାରେ ଆଜି ୪୩ ଜଣ କରୋନା ପଜିଟିଭ ଚିହ୍ନଟ

ଢେଙ୍କାନାଳ :(ମହିମାଲାଇଭ) ଆଜି ଢେଙ୍କାନାଳ ଜିଲ୍ଲାରେ ୪୩ ଜଣ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକ ରୁ ୪୦ ଜଣ, ଭୁବନ ବ୍ଲକ ରୁ ଜଣେ,କାମାକ୍ଷାନଗର ବ୍ଲକ ରୁ ଜଣେ ଏବଂ କାମାକ୍ଷାନଗର ଏନଏସିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଁଦିଆ ବ୍ଲକର ଷଡଙ୍ଗୀ ରୁ ୯ ଜଣ ,କଲୁଣିଗୋଡ଼ାରୁ ୮ ଜଣ ,ଝରଦାରୁ ୭ ଜଣ,ପିଂଗୁଆ ରୁ ୬ ଜଣ,ମନ୍ଦାରରୁ ୮ ଜଣ ଏବଂ ଖଣ୍ଡବନ୍ଧ ରୁ ୨ ଜଣ…

Read More

ଓଡ଼ିଶାରେ ରେକର୍ଡ ସଂଖ୍ୟକ ୧୬୯୯ ଜଣ କରୋନା ପଜିଟିଭ ଚିହ୍ନଟ,ଲୋକାଲ ସଂକ୍ରମିତ ୬ଶହ ପାର ଏବଂ ସୁନ୍ଦରଗଡରୁ ୧୭୮

ଭୁବନେଶ୍ଵର :ରାଜ୍ୟରେ ଆଜି ୧୬୯୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୦୭୩  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬୨୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୯ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୬୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ୨୨୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକରୁ…

Read More

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବ୍ରହ୍ମପୁର ଓ ବୁର୍ଲାରେ ଦୁଇଟି ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ଏବଂ କୋଭିଡ଼ ନିୟମାବଳୀର କଡାକଡି ଅନୁପାଳନ ସମ୍ପର୍କରେ ରାଜ୍ୟବାସୀଙ୍କୁ ଶପଥ ପାଠ

ଭୁବନେଶ୍ଵର:(ମହିମାଲାଇଭ) ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭିଡିଓ କନ୍‌ଫରେନ୍ସ ଜରିଆରେ କୋଭିଡ ଯୁଦ୍ଧରେ ଜୀବନକୁ ବଳିଦାନ ଦେଇଥିବା କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନ ଜ୍ଞାପନ ଉଦ୍ଦେଶ୍ୟରେ ଓଡ଼ିଶାବାସୀଙ୍କ ନୀରବ ପ୍ରାର୍ଥନାର ନେତୃତ୍ଵ  ନେଇଥିଲେ । ପରେ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ କୋଭିଡ୍‌ ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ତଥା କୋଭିଡ଼ ନିୟମାବଳୀର କଡାକଡି ଅନୁପାଳନ ସମ୍ପର୍କରେ ରାଜ୍ୟବାସୀଙ୍କୁ ଶପଥ ପାଠ କରାଇଥିଲେ। ଏହି ନୀରବ ପ୍ରାର୍ଥନା ଏବଂ ଶପଥପାଠରେ ରାଜ୍ୟର ମନ୍ତ୍ରୀ,…

Read More