Home » ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବ୍ରହ୍ମପୁର ଓ ବୁର୍ଲାରେ ଦୁଇଟି ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ଏବଂ କୋଭିଡ଼ ନିୟମାବଳୀର କଡାକଡି ଅନୁପାଳନ ସମ୍ପର୍କରେ ରାଜ୍ୟବାସୀଙ୍କୁ ଶପଥ ପାଠ

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବ୍ରହ୍ମପୁର ଓ ବୁର୍ଲାରେ ଦୁଇଟି ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ଏବଂ କୋଭିଡ଼ ନିୟମାବଳୀର କଡାକଡି ଅନୁପାଳନ ସମ୍ପର୍କରେ ରାଜ୍ୟବାସୀଙ୍କୁ ଶପଥ ପାଠ

Share this:

ଭୁବନେଶ୍ଵର:(ମହିମାଲାଇଭ) ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭିଡିଓ କନ୍‌ଫରେନ୍ସ ଜରିଆରେ କୋଭିଡ ଯୁଦ୍ଧରେ ଜୀବନକୁ ବଳିଦାନ ଦେଇଥିବା କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନ ଜ୍ଞାପନ ଉଦ୍ଦେଶ୍ୟରେ ଓଡ଼ିଶାବାସୀଙ୍କ ନୀରବ ପ୍ରାର୍ଥନାର ନେତୃତ୍ଵ  ନେଇଥିଲେ । ପରେ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ କୋଭିଡ୍‌ ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ତଥା କୋଭିଡ଼ ନିୟମାବଳୀର କଡାକଡି ଅନୁପାଳନ ସମ୍ପର୍କରେ ରାଜ୍ୟବାସୀଙ୍କୁ ଶପଥ ପାଠ କରାଇଥିଲେ। ଏହି ନୀରବ ପ୍ରାର୍ଥନା ଏବଂ ଶପଥପାଠରେ ରାଜ୍ୟର ମନ୍ତ୍ରୀ, ବିଧାୟକ, ବରିଷ୍ଠ ଅଧିକାରୀ ଏବଂ ଜନସାଧାରଣ ଅଂଶଗ୍ରହଣ କରିଥିଲେ।

ଏଥିସହିତ ଆଜି ଅପରାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସ୍‌ପିଟାଲ, ବ୍ରହ୍ମପୁର ଏବଂ ଭୀମସାର, ବୁର୍ଲାରେ ଦୁଇଟି ପ୍ଲାଜମା ବ୍ୟାଙ୍କକୁ  ଉଦ୍‌ଘାଟନ କରିଛନ୍ତି। କୋଭିତ୍ ମୁକାବିଲାରେ ପ୍ଲାଜମାର ବିଶେଷ ଗୁରୁତ୍ବ ଥିବାରୁ ବର୍ତ୍ତମାନ ରାଜ୍ୟର ସମସ୍ତ ଅଞ୍ଚଳରେ ପ୍ଲାଜମା ବ୍ୟାଙ୍କ ସ୍ଥାପିତ ହୋଇସାରିଛି ଏବଂ ଏହା ଦ୍ଵାରା ଗୁରୁତର କୋଭିଡ୍ ସଂକ୍ରମିତ ରୋଗୀ ସୁଫଳ ପାଇବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ପ୍ଲାଜ୍‌ମା ଥେରାପିରେ ୬୦ଜଣ କୋଭିଡ୍‌ ରୋଗୀ ଚିକିତ୍ସାଧୀନ ଥିବାବେଳେ ୪୮ଜଣଙ୍କୁ ସ୍ଵାସ୍ଥ୍ୟବସ୍ଥାରେ ଅତ୍ୟନ୍ତ ଉନ୍ନତି ପରିଲକ୍ଷିତ ହୋଇଛି।

ମାନ୍ୟବର ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ, ମାନ୍ୟବର ମନ୍ତ୍ରୀ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ୍‌ କମିଶନର, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଓ ସଚିବ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ୧୦୦ ପ୍ଲାଜୁମା ୟୁନିଟ୍ ସଂଗ୍ରହଣ ସଫଳତା ହେତୁ କଟକସ୍ଥିତ ଏସ୍.ସି.ବି. ମେଡିକାଲ୍ କଲେଜର ପୂଜ୍‌ମା ବ୍ୟାଙ୍କ ଟିମ୍ନକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, କେଭିଡ୍ -୧୯ ବିରୁଦ୍ଧରେ ଚାଲିଥିବା ସଂଗ୍ରାମକୁ ପ୍ରାଜୁମା ଥେରାପି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭାବରେ ସଶକ୍ତ କରିଛି ଓ ଗୁରୁତର କୋଭିଡ୍ ରୋଗୀଙ୍କ ଆରୋଗ୍ୟ ଦିଗରେ ସାହାଯ୍ୟ କରିଛି।

Share this: