Emergency Number 112: ଆମ୍ବୁଲାନ୍ସ, ପୁଲିସ ଏବଂ ଦମକଳ ସେବାପାଇଁ ବର୍ତ୍ତମାନ ଗୋଟିଏ ନମ୍ବର
ଭୁବନେଶ୍ଵର: ରାଜ୍ୟରେ ଜନସାଧାରଣଙ୍କୁ ଜରୁରୀକାଳୀନ ସେବା ଓ ସହାୟତା ଯୋଗାଇ ଦେବାପାଇଁ ଗୋଟିଏ ନମ୍ବର କାର୍ଯ୍ୟ କରିବ। ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ (CM Naveen Patnaik) ଆଜି ସଂଧ୍ୟାରେ ଏକ ବିଶେଷ କାର୍ଯ୍ୟକ୍ରମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ଆମ୍ବୁଲାନ୍ସ(Ambulance), ପୁଲିସ (Police) ଏବଂ ଦମକଳ (Fire) ସେବାପାଇଁ ପୃଥକ୍ ପୃଥକ୍ ୩ଟି ନିଃଶୁଳ୍କ ନମ୍ବର ରହିଥିବାବେଳେ ଆଜିଠାରୁ ଗୋଟିଏ ନମ୍ବର ମାଧ୍ୟମରେ ସମସ୍ତ ସେବା କାର୍ଯ୍ୟକାରୀ ହେବ। ସେହି ନମ୍ବରଟି ହେଉଛି ୧୧୨ (Dial 112)।…
