Weather Report: ରାଜ୍ୟରେ ଆରମ୍ଭ ହେଉଛି ଶୀତଲହରୀ
ଭୁବନେଶ୍ଵର: ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗତକାଲି ରାଜ୍ୟର ୧୧ଟି ସ୍ଥାନରେ ରାତ୍ରି ତାପମାତ୍ରା ୧୫ଡିଗ୍ରୀରୁ କମ୍ ଥିବାବେଳେ ସୋନପୁରଠାରେ ସର୍ବନିମ୍ନ ତାପମାତ୍ରା ୯ଦଶମିକ ୬ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତା ତିନିଦିନ ମଧ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି…
