Home » Weather Report: ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀରୁ କମ୍‍, ବଢୁଛି ଶୀତ

Weather Report: ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀରୁ କମ୍‍, ବଢୁଛି ଶୀତ

Weather Report of Odisha
Share this:

ଭୁବନେଶ୍ଵର: ଗତ କିଛିଦିନ ହେବ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଘଟି କେତେକ ସ୍ଥାନରେ ରାତ୍ରିକାଳୀନ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାର ପରିଲକ୍ଷିତ ହେଉଛି। ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି। ବିଶେଷକରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟର ୧୧ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀରୁ କମ୍‍ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋନପୁରରେ ସର୍ବନିମ୍ନ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ୧୦.୫ ଅନୁଗୁଳରେ ୧୧, କୋରାପୁଟରେ ୧୧.୬, ଭବାନୀପାଟଣାରେ ୧୨.୨ ଏବଂ ଝାରସୁଗୁଡ଼ାରେ ୧୩ ଡିଗ୍ରୀ ରେକର୍ଡ କରାଯାଇଛି। ଅପରପକ୍ଷରେ ଭୁବନେଶ୍ୱରରେ ୧୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ କଟକରେ ତାପମାତ୍ରା ୧୬.୮ ଡିଗ୍ରୀ ରହିଥିବା ଜଣାପଡିଛି।

[masterslider id=”2″]

Also Read | Odisha Covid-19: ଆଜି ରାଜ୍ୟରେ ୧୩୧୧ ଜଣ କରୋନାରୁ ସୁସ୍ଥ

Share this:

Leave a Reply

Your email address will not be published. Required fields are marked *