Paradip Port: ପାରାଦ୍ଵୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ରାଜ୍ୟସଭାରେ ଦାବି
ନୂଆଦିଲ୍ଲୀ: ବିଜେଡି (BJD) ରାଜ୍ୟସଭା (Rajya Sabha) ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଆଜି ରାଜ୍ୟସଭାରେ ପାରାଦ୍ଵୀପ ବନ୍ଦରକୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଦାବି କରିଛନ୍ତି। ଆଜି ରାଜ୍ୟସଭାରେ ଶୂନ୍ୟକାଳ (Zero Hour) ରେ ଲିଖିତ ଆକାରରେ ସେ ଏହି ଦାବି କରିଥିବା ଜଣାପଡିଛି। ସେ କହିଛନ୍ତି ଯେ, ବିଜୁ ପଟ୍ଟନାୟକଙ୍କ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଯୋଗଦାନ, ଉଲ୍ଲେଖନୀୟ ନେତୃତ୍ୱ ଏବଂ ତାଙ୍କ ସାହସ ପାଇଁ ଜାତୀୟସ୍ତରରେ ପରିଚିତ। ସେ…
