ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସୀମାନ୍ତର ୩୫୪ ଗାଁରେ ସରକାର ଯୋଗାଇବେ ମୋବାଇଲ ସଂଯୋଗ ସୁବିଧା: ରବିଶଙ୍କର ପ୍ରସାଦ, ୪୪ଟି ଆକାଂକ୍ଷୀ ଜିଲ୍ଲାରେ ଓଡ଼ିଶା
ନୂଆଦିଲ୍ଲୀ : କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଯୋଗଯୋଗ ତଥା ଆଇନ ଓ ନ୍ୟାୟ ବିଭାଗ ମନ୍ତ୍ରୀ ଶ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଦେଶର ଦୂରଦୂରାନ୍ତ ଏବଂ ଅଗମ୍ୟ ଅଞ୍ଚଳକୁ ଅଗ୍ରାଧିକାର ଭିତ୍ତିରେ ଦୂରସଞ୍ଚାର ସେବା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ଗ୍ରହଣ କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସୀମାନ୍ତର ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ୩୫୪ଗ୍ରାମରେ ମୋବାଇଲ ଟେଲିଫୋନ ସେବା ଯୋଗାଇ ଦିଆଯିବ। ବିଶେଷକରି ଦେଶର ୬୮ଟି ଆକାଂକ୍ଷୀ ଜିଲା, ସୀମାନ୍ତ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ…
