Home » Breaking News » Page 22
yaas2

Yaas:ବାତ୍ୟା ‘ୟାସ’ରେ ଭାରତୀୟ ତଟରକ୍ଷୀ ବାହିନୀ ବଞ୍ଚାଇଲା ବହୁ ଜୀବନ

ବାଲେଶ୍ଵର: ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ୟାସ’ (Cyclone Yaas) ରେ ଓଡ଼ିଶା (Odisha) ଉପକୂଳ ବାଲେଶ୍ଵର (Baleswar) ଠାରୁ ଦକ୍ଷିଣରେ ୨୦ କିମି ଦୂରରେ ସ୍ଥଳ ଭାଗରେ ମାଡ଼ ହୋଇଥିଲା। ତେବେ ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ପକ୍ଷରୁ ପୂର୍ବ ସାମୁଦ୍ରିକ କ୍ଷେତ୍ର ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପସମୂହ ଅଞ୍ଚଳରେ ବ୍ୟାପକ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯିବା ଫଳରେ ବହୁ ଧନଜୀବନର ସୁରକ୍ଷା ହୋଇପାରିଛି। ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ବରୂପ, ତଟରକ୍ଷୀ…

Read More
naveen patnaik

Yaas:୨୪ ଘଣ୍ଟାରେ ୮୦ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ଆଜି ସଂଧ୍ୟାରେ ବାତ୍ୟା ୟାସ (Cyclone Yaas) କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ସମୀକ୍ଷା କରିଛନ୍ତି।  ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ତରଫରୁ ପ୍ରଭାବିତଙ୍କ ଉଦ୍ଧାର ଓ ରିଲିଫ ପାଇଁ ଯଥା ସମ୍ଭବ ଉଦ୍ୟମ ଜାରି ରହିଛି। ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୧୨୮ଟି ଗାଁର ଲୋକମାନଙ୍କୁ ଆଗାମୀ ୭ ଦିନ ପାଇଁ ରିଲିଫ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କ୍ଷତିଗ୍ରସ୍ତ ହୋଇଥିବା ୨୪ ଘଣ୍ଟାରେ ୮୦ ପ୍ରତିଶତ…

Read More
lunar eclipse

Lunar eclipse 2021:ଆଜି ହେଉଛି ଚନ୍ଦ୍ରଗ୍ରହଣ

ଭୂବନେଶ୍ଵର: ଆଜି ମେ ୨୬ ବୁଧବାର ଦିନ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ (Lunar eclipse)। ଚନ୍ଦ୍ରଗ୍ରହଣ ପୂର୍ବ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଆମେରିକାରେ ଦୃଶ୍ୟମାନ ହେବ। ଏହା ପ୍ରଶାନ୍ତ, ଆଟଲାଣ୍ଟିକ୍ ଏବଂ ଭାରତ ମହାସାଗରର କେତେକ ଅଂଶରୁ ମଧ୍ୟ ଦୃଶ୍ୟମାନ ହେବ ଆଜି ହେଉଛି ବୈଶାଖ ଶୁକ୍ଲ ପକ୍ଷ ପୂର୍ଣ୍ଣିମା। ଏହି ଦିନକୁ ବୁଦ୍ଧ ପୂର୍ଣ୍ଣିମା ରୂପେ ପାଳନ କରାଯାଏ। ଚନ୍ଦ୍ରଗ୍ରହଣ ପୂର୍ବରୁ ଶନିଦେବ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶନି ବର୍ତ୍ତମାନ ମକର ରାଶିରେ…

Read More
cbi-chief

CBI ର ନୂଆ ନିର୍ଦ୍ଦେଶକ ହେଲେ ଆଇପିଏସ୍ ସୁବୋଧ କୁମାର ଜୟସ୍ୱାଲ

ନୂଆଦିଲ୍ଲୀ:କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ମଙ୍ଗଳବାର ବିଳମ୍ବିତ ରାତିରେ ଏହାର ନୂଆ ମୁଖ୍ୟଙ୍କୁ ପାଇଛି। ଆଇପିଏସ୍ (IPS) ଅଧିକାରୀ ସୁବୋଧ କୁମାର ଜୟସ୍ୱାଲ (Subodh Kumar Jaiswal) ସିବିଆଇର ନୂତନ ନିର୍ଦ୍ଦେଶକ କରାଯାଇଛି। ତାଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ରହିବ। ମଙ୍ଗଳବାର ଜୟସ୍ୱାଲଙ୍କ ନିଯୁକ୍ତି ସମ୍ପର୍କରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଜୟସ୍ୱାଲ ୧୯୮୫ ବ୍ୟାଚ୍ ଭାରତୀୟ ପୋଲିସ୍ ସେବା (IPS) ଅଧିକାରୀ ଏବଂ ଏହା ପୂର୍ବରୁ ସେ ମହାରାଷ୍ଟ୍ରର ପୋଲିସ୍ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ।…

Read More
Plus 2 Exam 2023 Time Table

Board Exam:ସରକାରଙ୍କ ବଡ ନିଷ୍ପତ୍ତି, ଜୁଲାଇ ୧ରୁ ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ଦ୍ୱାଦଶ ବୋର୍ଡ ପରୀକ୍ଷା (12th Board Examination) କିପରି ଏବଂ କେବେ କରାଯିବ ସେନେଇ କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ମଧ୍ୟରେ ଏକ ବୈଠକ ହୋଇଥିଲା। ଏଥିରେ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଦିଲ୍ଲୀ ସରକାର ପରାମର୍ଶ ଦେଇଥିବାବେଳେ ସ୍ଥିତିରେ ସୁଧାର ଆସିଲେ ଅଧିକାଂଶ ରାଜ୍ୟ ପରୀକ୍ଷା ଦେବାକୁ କହିଛନ୍ତି। ଏଥି ସହିତ ମହାରାଷ୍ଟ୍ର କହିଛି ଯେ ଛାତ୍ରମାନଙ୍କୁ ସୁରକ୍ଷିତ ପରିବେଶ ଯୋଗାଇବା ହେଉଛି ସେମାନଙ୍କର ପ୍ରାଥମିକତା। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

Read More
yaas-dhamamra

Cyclone Yaas:ମାଡିଆସୁଛି ବାତ୍ୟା ୟାସ୍, ଅଛି ୨୨୦ କିମି ଦୂରରେ

ବାଲେଶ୍ୱର: କ୍ଷିପ୍ର ଗତିରେ ମାଡିଆସୁଛି ବାତ୍ୟା ‘ୟାସ୍’ (Yaas)।  ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ୟାସ୍‍ ଅତି ଭୀଷଣ ସାମୁଦ୍ରିକଝଡ଼ର ରୂ ନେଇ ସ୍ଥଳଭାଗ ଆଡ଼କୁ ଗତି କରୁଛି। ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି। ଏହା ପାରାଦ୍ୱୀପଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବକୁ ୨୨୦ କିଲୋମିଟର ଦୂରରେ ଏବଂ ବାଲେଶ୍ୱରଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବକୁ ୩୨୦ କିଲୋମିଟର ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବାର…

Read More
weather odisha live

Cyclone Yaas:ବୁଧବାର ମଧ୍ୟାହ୍ନ ସୁଦ୍ଧା ଭଦ୍ରକ ଓ ବାଲେଶ୍ୱର ମଧ୍ୟରେ କରିବ ୟାସ୍ ଲ୍ୟାଣ୍ଡଫଲ, ଘଣ୍ଟା ପ୍ରତି ୧୨ କିମିରେ ମାଡି ଆସୁଛି

ଭୂବନେଶ୍ଵର: ଘଣ୍ଟା ପ୍ରତି ୧୨ କିମି ବେଗରେ ମାଡି ଆସୁଛି ବାତ୍ୟା ‘ୟାସ୍‍’ (Yaas)। ଏହା ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଭଦ୍ରକ (Bhadrak)ଓ ବାଲେଶ୍ୱର (Baleswar) ମଧ୍ୟରେ ସ୍ଥଳ ଭାଗ ସ୍ପର୍ଶ କରିବ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ପକ୍ଷରୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ମିଳିଛି। ଘଣ୍ଟା ପ୍ରତି ୧୮୫ କିମି ପର୍ଯ୍ୟନ୍ତ ବହିବ ପବନ ସୂଚନା ଅନୁଯାୟୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଅନୁଭୂତ ହେବ। ଉତ୍ତର…

Read More
yaas

Cyclone Yaas: ୟାସ୍ ପାରାଦ୍ୱୀପଠାରୁ ୫୦୦ କିମିଦୂରରେ, ପବନର ବେଗ ଘଣ୍ଟାପ୍ରତି ୧୮୫ କିମି ହେବ, ଲକଡାଉନ କୋହଳ

ଭୂବନେଶ୍ଵର: ବଙ୍ଗୋପ ସାଗର (Bay Of Bengal) ରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବାପରେ ବାତ୍ୟାରେ ପରିଣତ ହୋଇଛି। ଆଜି ସକାଳେ ୟାସ୍‍ ବାତ୍ୟା (Cyclone Yaas) ର ରୂପ ନେଇଛି। ଏହା ବର୍ତ୍ତମାନ ପାରାଦ୍ୱୀପ (Paradeep) ଠାରୁ ୫୦୦ କିଲୋମିଟର ବାଲେଶ୍ୱର (Baleswar) ଠାରୁ ୬୫୦ କିଲୋମିଟର ଏବଂ ଦୀଘା (Digha) ଠାରୁ ୬୩୦ କିଲୋମିଟର ଦକ୍ଷିଣ ପୂର୍ବକୁ ଘନୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ କେନ୍ଦ୍ରୀଭୂତ ହୋଇ ଭୀଷଣ…

Read More
yass-paradeep

Cyclone Yaas: ବାତ୍ୟା ‘ୟାସ୍’ ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ,ଆସନ୍ତା କାଲିଠୁ ବର୍ଷା

ଭୂବନେଶ୍ଵର: ମାଡି ଆସୁଛି ବାତ୍ୟା ୟାସ୍ (Cyclone Yaas)। ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର (Low Pressure) ଅବପାତର ରୂପ ନେଇଛି। ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାର ରୂପ ନେବ ଏବଂ ପରେ ଭୟଙ୍କର ବାତ୍ୟାର ରୂପ ନେଇ ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ। ଏହା ପାରାଦ୍ୱୀପ (Paradeep) ଓ ସାଗର ଦ୍ୱୀପ (Sagar Island) ମଧ୍ୟରେ ଲ୍ୟାଣ୍ଡଫଲ (Landfall) କରିବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ର…

Read More
sushil kumar

ଅଲିମ୍ପିକ୍ ପଦକ ବିଜେତା ପହଲବାନ ସୁଶୀଲ କୁମାର ଗିରଫ

ନୂଆଦିଲ୍ଲୀ:ଅଲିମ୍ପିକ୍ ପଦକ ବିଜେତା (Olympic medalist) ପହଲବାନ ସୁଶୀଲ କୁମାର (Wrestler Sushil Kumar) ଙ୍କୁ ଶେଷରେ ଗିରଫ କରାଯାଇଛି। ଶେଷରେ ଦିଲ୍ଲୀ ପୋଲିସ (Delhi Police) ର ସ୍ୱତନ୍ତ୍ର ପୋଲିସ ତାଙ୍କୁ ଦିଲ୍ଲୀରୁ ଧରିଥିଲା। ଦିଲ୍ଲୀ ପୋଲିସ ସୁଶୀଲ କୁମାରଙ୍କୁ ଦୀର୍ଘ ସମୟ ଧରି ଖୋଜୁଥିଲା। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁଶୀଲ କୁମାରଙ୍କୁ ଜିଲ୍ଲା କୋର୍ଟରେ ହାଜର କରାଯିବ ବୋଲି କୁହାଯାଉଛି। ଏହି ସମୟ ମଧ୍ୟରେ ପୋଲିସ ତାଙ୍କ ରିମାଣ୍ଡରେ ନେବାକୁ ଦାବି କରିପାରିବ ଯାହା ଦ୍ଵାରା…

Read More
CBI-odisha

ଓଡିଆ ଆଇପିଏସ୍ ଅଧିକାରୀ ଲୋକନାଥ ବେହେରା ହୋଇପାରନ୍ତି CBI ନିର୍ଦ୍ଦେଶକ,ଅଛନ୍ତି ଚର୍ଚ୍ଚାରେ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (Central Bureau of Investigation) ର ନୂତନ ନିର୍ଦ୍ଦେଶକ (Director) ଚୟନ କରିବାକୁ ମେ ୨୪ ସୋମବାର ସନ୍ଧ୍ୟାରେ ଏକ ଉଚ୍ଚ କମିଟି ବୈଠକ ଅନୁଷ୍ଠିତ ହେବ। ଶନିବାର ସୂତ୍ରରୁ ଏହି ସୂଚନା ଦିଆଯାଇଛି। ଏହି ଘଟଣା ସହ ଜଡିତ ଏକ ଶୀର୍ଷ ସୂତ୍ର ଗଣମାଧ୍ୟମକୁ କହିଛି ଯେ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନୂତନ ସିବିଆଇ (CBI) ମୁଖିଆଙ୍କ ସହ ଆଲୋଚନା ହେବ। ସୂଚନାନୁସାରେ, ୧୯୮୫ ଏବଂ ୧୯୮୬ ବ୍ୟାଚ୍…

Read More