Home » Breaking News » Page 51

ରାୟଗଡରେ ୫ ମହଲା ବିଲଡିଂ ଭୁଶୁଡ଼ି ଦୁଇଜଣଙ୍କ ମୃତ୍ୟୁ, ଉଦ୍ଧାର କାର୍ଯ୍ୟ ଜାରି

ମୁମ୍ବାଇ:ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ସୋମବାର ସନ୍ଧ୍ୟାରେ କାଜଲପୁରା ରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ିବାରେ ୨ ଜଣଙ୍କ ମୃତ୍ୟୁହୋଇଛି।  ସେ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାୟଗଡ ଜିଲ୍ଲା କଲେକ୍ଟରଙ୍କ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ୧୮ ଜଣ ଲୋକ ଆବର୍ଜନା ତଳେ ଫସି ରହିଥିବା କୁହାଯାଉଛି। ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ଏବଂ ଏକନାଥ ଶିନ୍ଦେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ତିନୋଟି ଜାତୀୟ ବିପର୍ଯ୍ୟୟ…

Read More
dharmendra Pradhan

ଓଡ଼ିଶାରେ ୬ଟି ମେଡ଼ିକାଲ୍ କଲେଜର ନିର୍ମାଣ କାମ ଚାଲୁଅଛି:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର:ଓଡିଶା ସମେତ ଦେଶରେ ବିଶ୍ୱମାନର ଚିକିତ୍ସା ସୁବିଧା ଭିତ୍ତିଭୂମି ଉପରେ ମୋଦୀ ସରକାର ଗୁରୁତ୍ୱ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ବିଗତ ୬ବର୍ଷ ମଧ୍ୟରେ ଓଡ଼ିଶାରେ ୬ଟି ମେଡ଼ିକାଲ୍ ସମେତ ସାରାଦେଶରେ ୧୫୦ଟି ନୂଆ ମେଡିକାଲ୍ କଲେଜ୍ ନିର୍ମାଣ କରିବାର କାମ ଆରମ୍ଭ କରିଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୋଦୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି…

Read More

‘ହରିତ ପଥ’ ମୋବାଇଲ ଆପର ଶୁଭାରମ୍ଭ; ରାସ୍ତାକଡ ବୃକ୍ଷରାଜି ଉପରେ ରଖିବ ନଜର

ନୂଆଦିଲ୍ଲୀ:ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ହରିତ ପଥ ନାମକ ଏକ ମୋବାଇଲ ଆପ ବିକଶିତ ହୋଇଛି। ଏହି ଆପ ଜରିଆରେ ଏହାର ବିଭିନ୍ନ କ୍ଷେତ୍ରୀୟ ସଂସ୍ଥା ଅଧୀନରେ ଥିବା ବୃକ୍ଷ ପ୍ରକଳ୍ପ, ଏହାର ଲକ୍ଷ୍ୟ, ପ୍ରଗତି ଓ ରକ୍ଷଣାବେକ୍ଷଣ ଇତ୍ୟାଦି ଉପରେ ନଜର ରଖାଯିବ। ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଆଜି ଏହି ଆପର ଉଦ୍ଘାଟନ କରିଛନ୍ତି। ଦେଶରେ ୨୫ବର୍ଷ ଧରି ସେବା ଯୋଗାଉଥିବା ଏନଏଚଏଆଇ( NHAI ) ହରିତ ଭାରତ ସଂକଳ୍ପ…

Read More

ଏଥର ସରକାରୀ ଚାକିରି ପାଇଁ ଗୋଟିଏ ପରୀକ୍ଷା

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ଆଜି ବୁଧବାର ଏକ ପ୍ରମୁଖ ନିଷ୍ପତ୍ତି ନେଇଛି। ବର୍ତ୍ତମାନ କେନ୍ଦ୍ର ସରକାରୀ ଚାକିରି ପାଇଁ କେବଳ ଗୋଟିଏ ପରୀକ୍ଷା ହେବ। କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତ୍ତିଗୁଡ଼ିକ ବିଷୟରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଦେଶରେ ସରକାରୀ ଚାକିରି ପାଇଁ ୨୦ରୁ ଅଧିକ ନିଯୁକ୍ତି ଏଜେନ୍ସି ଅଛି। ସରକାରୀ ଚାକିରି ପାଇଁ ଯୁବକ ଯୁବତୀ ମାନଙ୍କୁ ଅନେକ ପରୀକ୍ଷା ଦେବାକୁ…

Read More

୧୫ ଦିନରେ ଆରମ୍ଭ ହେବ ‘ପ୍ରୋଜେକ୍ଟ ଡଲ୍‌ଫିନ’:ପରିବେଶ ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଘୋଷିତ ଗାଙ୍ଗେଟିକ୍ ନଦୀ ଡଲଫିନ୍ ସଂରକ୍ଷଣ ପାଇଁ ଏକ ପ୍ରକଳ୍ପ ୧୫ ଦିନ ମଧ୍ୟରେ ଆରମ୍ଭ ହେବ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ସୋମବାର କହିଛନ୍ତି। ପ୍ରଧାନମନ୍ତ୍ରୀ ୭୪ତମ ସ୍ୱାଧୀନତା ଦିବସ ଭାଷଣରେ ପ୍ରୋଜେକ୍ଟ ଡଲ୍‌ଫିନ ବିଷୟରେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଦ୍ଵାରା ଜୈବ ବିବିଧତାକୁ ବୃଦ୍ଧି କରିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ପ୍ରକଳ୍ପ ଦ୍ୱାରା ଦେଶରେ ଡଲ୍‌ଫିନଙ୍କ ସୁରକ୍ଷା…

Read More

ଅଙ୍ଗାରକାମ୍ଳ ନିୟନ୍ତ୍ରଣ ପାଇଁ ଜଙ୍ଗଲର ମାନ ବୃଦ୍ଧି ଓ ଅଧିକ ବନାଞ୍ଚଳ ସୃଷ୍ଟି ଉପରେ ସରକାରଙ୍କ ଗୁରୁତ୍ୱ : ପ୍ରକାଶ ଜାଭଡେକର

ନୂଆଦିଲ୍ଲୀ:କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଅଙ୍ଗାରକାମ୍ଳ ପରିମାଣ ହ୍ରାସ ସହିତ ସର୍ବାଧିକ ଅଙ୍ଗାର ଗଚ୍ଛିତ (carbon stock) ସ୍ତର ହାସଲ କରିବାକୁ ତାଙ୍କ ମନ୍ତ୍ରଣାଳୟ ଗୁରୁତ୍ୱର ସହ କାର୍ଯ୍ୟ କରୁଛି। ସେଥିପାଇଁ ଉନ୍ନତ ମାନର ଜଙ୍ଗଲ ସହିତ ଅଧିକ ଜଙ୍ଗଲାଞ୍ଚଳ ସୃଷ୍ଟି ଏବଂ ବ୍ୟାପକ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଉଛି। ବୃକ୍ଷ ସଂଖ୍ୟା ବୃଦ୍ଧି ପାଇଲେ ଅଙ୍ଗାରକାମ୍ଳ ଶୋଷଣ କାର୍ଯ୍ୟ ସହଜ ହେବ ଏବଂ ପରିବେଶ ଠିକ୍‌…

Read More

ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜସରାଜଙ୍କ ପରଲୋକ

ନୂଆଦିଲ୍ଲୀ:ମହାନ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜସରାଜଙ୍କ ହୃଦଘାତ କାରଣରୁ ଆଜି ସୋମବାର ଆମେରିକାରେ ଦେହାନ୍ତ ହୋଇଯାଇଛି। କରୋନା ଭୂତାଣୁ ମହାମାରୀ ଯୋଗୁଁ ଲକଡାଉନ୍ ପରଠାରୁ ପଣ୍ଡିତ ଜସରାଜ ନ୍ୟୁ ଜର୍ସିରେ ଥିଲେ। ଆମେରିକାର ନ୍ୟୁ ଜର୍ସି ସ୍ଥିତ ତାଙ୍କ ବାସଭବନରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ଚଳିତ ବର୍ଷ ଜାନୁଆରୀରେ ନିଜର ୯୦ତମ ଜନ୍ମଦିନ ପାଳନ କରିଥିବା ପଣ୍ଡିତ ଜସରାଜ ଫେସବୁକ୍ ଲାଇଭ୍ ମାଧ୍ୟମରେ ବାରାଣାସୀର ସଙ୍କଟ ମୋଚନ ହନୁମାନ ମନ୍ଦିର ପାଇଁ ଏପ୍ରିଲ୍ ୯ରେ ହନୁମାନ…

Read More
Shopiyaan Encounter-mahimalive

ବାରାମୁଲ୍ଲା ଆତଙ୍କବାଦୀ ଆକ୍ରମଣରେ ୩ ଯବାନ ସହିଦ, ସର୍ଚ୍ଚ ଅପରେସନ୍ ଜାରି

ଶ୍ରୀନଗର: ବାରାମୁଲା ଅଞ୍ଚଳରେ ସିଆରପିଏଫ(CRPF) ଏବଂ ଜାମ୍ମୁ କାଶ୍ମୀର ପୋଲିସ କର୍ମଚାରୀଙ୍କ ଦ୍ୱାରା ମିଳିତ ଅପରେସେନ ରେ ଆତଙ୍କବାଦୀଙ୍କ  ପାଲଟା ଆକ୍ରମଣରେ ୨ ସିଆରପିଏଫ ଯବାନ ଓ ଜଣେ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି।   ଆତଙ୍କବାଦୀମାନେ ହଠାତ୍ ଗୁଳି ଚଳାଇଥିବା ବେଳେ ଜାମ୍ମୁ କାଶ୍ମୀରର ଏସପିଓଙ୍କ  ସହିତ ଦୁଇଜଣ CRPF ଯବାନ ସହିଦ ହୋଇଛନ୍ତି। ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ। ଏହି ଘଟଣାର କିଛି ସମୟ ପରେ ସେନା, ପୋଲିସ ଏବଂ CRPF ଯବାନ…

Read More

୭୪ତମ ସ୍ୱାଧୀନତା ଦିବସରେ ଦେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ:ଆଜି ସମଗ୍ର ଦେଶ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ସପ୍ତମ ଥର ପାଇଁ ଲାଲକିଲ୍ଲାରୁ  ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ରାଜଘାଟ ଯାଇ ସେଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଲାଲକିଲ୍ଲାରେ ପହଂଚିଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗାର୍ଡ ଅଫ ଅନର ଗ୍ରହଣ…

Read More

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କରୋନା ସଂକ୍ରମିତ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ କରୋନା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, ମୋର କରୋନା ଭାଇରସ୍ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି ଏବଂ ନିର୍ଦ୍ଦେଶାବଳୀ ଅନୁଯାୟୀ ମୁଁ ଘରେ କ୍ୱାରାଣ୍ଟାଇନ୍‌ ରେ ଅଛି। ସେ କହିଛନ୍ତି ଯେ,ଯେଉଁ ଲୋକମାନେ ମୋ ସମ୍ପର୍କରେ ଆସିଛନ୍ତି ସେମାନଙ୍କ ଉପରେ ସ୍ୱାସ୍ଥ୍ୟ ଦଳ ଅନୁସନ୍ଧାନ କରିବେ। ଏହା ସହିତ ସେ ନିଜ…

Read More

୧୬ଜଣ ନକ୍ସଲଙ୍କ ଛତିଶଗଡର ଦାନ୍ତେୱାଡା ରେ ଆତ୍ମସମର୍ପଣ

ଦାନ୍ତେୱାଡା: ଛତିଶଗଡର ଦାନ୍ତେୱାଡା ଠାରେ ୧୬ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସୂଚନାନୁସାରେ, ଗୁରୁବାର ଦିନ ଦନ୍ତୱାଡାର ଛତିଶଗଡ ପୋଲିସ ସମ୍ମୁଖରେ ତିନି ଜଣ କମାଣ୍ଡର ସ୍ତରର କର୍ମଚାରୀଙ୍କ ସମେତ ୧୬ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଦାନ୍ତେୱାଡା ପୋଲିସ୍ ଅଧୀକ୍ଷକ ଅଭିଷେକ ପଲ୍ଲଭ କହିଛନ୍ତି, ୧୬  ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବସ୍ତର ଜିଲ୍ଲାର ପଶ୍ଚିମ ଭାଗରୁ ଆସିଛନ୍ତି। ସେ କହିଛନ୍ତି, ସେମାନଙ୍କ ମଧ୍ୟରୁ ତିନିଜଣ କମାଣ୍ଡର ସ୍ତରୀୟ ନକ୍ସଲ ଅଟନ୍ତି। ଏମାନଙ୍କ ଭିତରେ ଥିବା…

Read More