World No Tobacco Day: ସାବଧାନ! ଭାରତରେ ତମାଖୁ ସେବନ ଦ୍ୱାରା ଦୈନିକ ୩୫୦୦ ମୃତ୍ୟୁ ଘଟୁଛି: ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଆଜି, ୩୧ମଇ ରେ, ବିଶ୍ୱ ତମାଖୁ ବର୍ଜନ ଦିବସ (World No Tobacco Day) ପାଳନ କରାଯାଉଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ (Dr. Harsh Vardhan) ତମାଖୁ ଏବଂ ଧୂମପାନର ବିପଦ ବିଷୟରେ ଚେତାବନୀ ଦେଇ କହିଛନ୍ତି ଯେ ଭାରତରେ ତମାଖୁ ଏବଂ ଧୂମପାନ ଯୋଗୁଁ ଦୈନିକ ୩ ହଜାର ୫୦୦ ଲୋକ ମୃତ୍ୟୁ ବରଣ କରୁଛନ୍ତି। ବର୍ଷ ବିଷୟରେ କହିବାକୁ ଗଲେ, ପ୍ରତିବର୍ଷ ଭାରତରେ ପ୍ରାୟ ୧୩ ଲକ୍ଷ…
