ଚେନ୍ନାଇ: ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ ତଥା ସାଂସଦ କାର୍ତ୍ତି ଚିଦାମ୍ବରମଙ୍କୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ସୋମବାର ସକାଳେ ଟ୍ୱିଟ୍ କରି କାର୍ତ୍ତି ଏହି ସୂଚନା ଦେଇଛନ୍ତି। ସେ ରିପୋର୍ଟ କରିଛନ୍ତି ଯେ ସେ ହୋମ କ୍ୱାରାଣ୍ଟିନରେ ଅଛନ୍ତି।
କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ ଟ୍ୱିଟ୍ କରି କହିଛନ୍ତି, ‘ମୋତେ ବର୍ତ୍ତମାନ କରୋନା ପଜିଟିଭ୍ ରିପୋର୍ଟ୍ ମିଳିଛି। ମୋର ସାମାନ୍ୟ ଲକ୍ଷଣ ଅଛି, ଯାହା ପରେ ମୁଁ ଘରେ କ୍ୱାରାଣ୍ଟାଇନ୍ରେ ଅଛି । ମୁଁ ମୋର ସମସ୍ତ ମେଡିକାଲ ପ୍ରୋଟୋକଲଗୁଡିକ ଅନୁସରଣ କରିବାକୁ ନିବେଦନ କରୁଛି ସେଇମାନଙ୍କୁ ଯେଉଁମାନେ ନିକଟେ ମୋ ସହିତ ଯୋଗଯୋଗରେ ଆସିଛନ୍ତି।
I have just tested positive for #Covid. My symptoms are mild and as per medical advice I am under home quarantine. I would urge all those who have recently been in contact with me to follow medical protocol.
— Karti P Chidambaram (@KartiPC) August 3, 2020
