Home » corona virus india news
battery-face-mask

Coronavirus: ଆସିଲା ବ୍ୟାଟେରୀ ଚାଳିତ Face Mask, ଦାମ ବେଶୀ ନୁହେଁ

ମୁମ୍ବାଇ: ମୁମ୍ବାଇ (Mumbai) ର NMIMS ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ (Scientist) ଏକ ବ୍ୟାଟେରୀ ଚାଳିତ ପୁନଃ ବ୍ୟବହାରଯୋଗ୍ୟ ମାସ୍କ (Battery Operated Reusable Mask) ପ୍ରସ୍ତୁତ କରିଛନ୍ତି ଯାହା ବାୟୁବାହୀ ମାନବ ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ। ନିୟମିତ ମାସ୍କଗୁଡ଼ିକ ଏୟାରଗେଲ ଏବଂ ବଡ଼ ଧୂଳି କଣିକା ଠାରୁ ରକ୍ଷା କରୁଥିବାବେଳେ, ସେଗୁଡିକ ଅଧିକାଂଶ ମାନବ ରୋଗରୁ ରକ୍ଷା କରିପାରନ୍ତି  ନାହିଁ। ଅପରପକ୍ଷେ, ନୂତନ ମାସ୍କ ହେଉଛି ଧାତବ ଜାଲ ସହିତ ଚାରି ସ୍ତରୀୟ ସୂତା, ଯାହା…

Read More

ଜେଇ ମେନ ଓ ନିଟ ୨୦୨୦ ନିର୍ଦ୍ଦିଷ୍ଟ ତାରିଖରେ ପରୀକ୍ଷା ହେବ: ସୁପ୍ରିମକୋର୍ଟ; ଆବେଦନ ଖାରଜ

ନୂଆଦିଲ୍ଲୀ: JEE Main ଓ NEET 2020  ପ୍ରବେଶିକା ପରୀକ୍ଷା ଏବଂ ପରୀକ୍ଷା ସ୍ଥଗିତ ରଖିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଉଭୟ ପରୀକ୍ଷା ପାଇଁ ଧାର୍ଯ୍ୟ ତାରିଖ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ଆଦେଶ ଦେଇଛନ୍ତି। ସୂଚନାଯୋଗ୍ୟ କୋଭିଡ -୧୯ ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ଦେଖି ସେପ୍ଟେମ୍ବରରେ ପ୍ରସ୍ତାବିତ ଜେଇଇ ମେନ୍ ଏବଂ ନିଟ୍ ୨୦୨୦ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଆବେଦନ କରାଯାଇଥିଲା। ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟରେ ଶୁଣାଣି ସମୟରେ…

Read More

ମେକ୍‌ ଇନ୍‌ ଇଣ୍ଡିଆ ସହିତ ମେକ୍‌ ଫର୍‌ ୱାର୍ଲ୍ଡ ଆମର ମନ୍ତ୍ର ହେବା ଆବଶ୍ୟକ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:ଦେଶର ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଐତିହାସକ ଲାଲକିଲ୍ଲାଠାରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କୋଭିଡ଼-୧୯ପରିଚାଳନା ସଂପର୍କୀତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ପ୍ରସଙ୍ଗର ଅବତାରଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଲେ ଯେ କୋଭିଡ଼-୧୯ ପରିଚାଳନାର ଅଂଶବିଶେଷ ସ୍ୱରୂପ ଆତ୍ମନିର୍ଭର ଭାରତ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରକାର ସାମଗ୍ରୀ ଘରୋଇ ଭାବେ ଉତ୍ପାଦନ କରାଯାଉଛି। ଏହା…

Read More

ସ୍ୱାଧୀନତା ଦିବସ ଉପଲକ୍ଷେ ୯୨୬ଜଣ ପୁଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ,ଓଡ଼ିଶାରୁ ୧୪ ଜଣ ସମ୍ମାନିତ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ମୋଟ ୯୨୬ ପୁଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଓଡିଶାର ୧୪ ଜଣ ଅନ୍ତର୍ଭୁକ୍ତ। ଏହି କର୍ମଚାରୀଙ୍କ ମଧ୍ୟରେ ୨୧୫ ଜଣଙ୍କୁ ସାହସିକତା ପାଇଁ ପୁଲିସ ପଦକ (ପିଏମ୍‌ଜି) ପ୍ରଦାନ କରାଯାଇଥିବାବେଳେ ୮୦ଜଣଙ୍କୁ ଅତି ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଦିଆଯାଇଛି। ଏହାଛଡା ୬୩୧ ପୁଲିସ କର୍ମଚାରୀ ଉଲ୍ଲେଖନୀୟ ସେବା ପାଇଁ ଏହି ପଦକ ପାଇଛନ୍ତି। ଯେଉଁ ୨୧୫ ଜଣ ସାହସିକତା ପୁରସ୍କାର ପାଇଛନ୍ତି…

Read More

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮,୪୭୨ ଆରୋଗ୍ୟ ଏବଂ ୬୪୮ ଜଣ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୧ ଲକ୍ଷ ୯୨ ହଜାର ଅତିକ୍ରମ କରିଛି। ଗତ ୨୪  ଘଣ୍ଟା ମଧ୍ୟରେ,ଦେଶରେ  ୩୭ ହଜାର ୭୨୪ ଟି  ନୂତନ ମାମଲା ରିପୋର୍ଟ ହୋଇଛି । ଏଥିସହିତ ୨୪ ଘଣ୍ଟାରେ ୨୮ ହାଜର ୪୭୨ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଦେଶରେ ଭାଇରସରୁ ମୁକ୍ତି ପାଇଥିବା ରୋଗୀଙ୍କ ସଂଖ୍ୟା ସାତ ଲକ୍ଷକୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ…

Read More