ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮,୪୭୨ ଆରୋଗ୍ୟ ଏବଂ ୬୪୮ ଜଣ ମୃତ
ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୧ ଲକ୍ଷ ୯୨ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ,ଦେଶରେ ୩୭ ହଜାର ୭୨୪ ଟି ନୂତନ ମାମଲା ରିପୋର୍ଟ ହୋଇଛି । ଏଥିସହିତ ୨୪ ଘଣ୍ଟାରେ ୨୮ ହାଜର ୪୭୨ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଦେଶରେ ଭାଇରସରୁ ମୁକ୍ତି ପାଇଥିବା ରୋଗୀଙ୍କ ସଂଖ୍ୟା ସାତ ଲକ୍ଷକୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ…
