ଓଡ଼ିଶାରେ ସଫଳ ପ୍ଲାଜମା ଥେରାପି ଚିକିତ୍ସା , ରୋଗୀ ହେଉଛନ୍ତି ସୁସ୍ଥ
ଭୁବନେଶ୍ଵର : ଗୁରୁତର ହୋଇଥିବା କରୋନା ରୋଗୀ କୁ ଓଡ଼ିଶାରେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପୀ(Plasma Therapy) ଚିକିତ୍ସା ସଫଳ ହୋଇଛି। କୋଭିଡ଼-୧୯ରେ ଗୁରୁତର ପୀଡ଼ିତ ୬ ଜଣ ରୋଗୀଙ୍କ ମଧ୍ୟରୁ ୪ ଜଣଙ୍କ କ୍ଷେତ୍ର ରେ ଭଲ ପ୍ରତିକ୍ରିୟା ମିଳିଛି ଓ ସେମାନଙ୍କ ସ୍ଵାସ୍ଥ୍ୟ ବର୍ତ୍ତମାନ ଭଲ ଅଛି। ସମ କୋଭିଡ-୧୯ ହସ୍ପିଟାଲ ର ୪ ଜଣ ରୋଗୀ ଏବଂ ଅଶ୍ୱିନୀ କୋଭିଡ-୧୯ ହସ୍ପିଟାଲର ୨ ଜଣ ରୋଗୀଙ୍କୁ ପ୍ଲାଜମା ଥେରାପି ଦ୍ଵାରା ଚିକିତ୍ସା କରାଯାଇଥିଲା। …
