ଲେହର ଦିହାରଠାରେ ଡିଆରଡିଓ ଯୋଗାଇଲା କୋଭିଡ-19 ପରୀକ୍ଷା ସୁବିଧା
ଲଦାଖ : ଲଦାଖ ଅଞ୍ଚଳରେ କରୋନା ମାମଲାଗୁଡିକର ଚିହ୍ନଟ ପାଇଁ ଲେହର ଅତି ଉଚ୍ଚ ଗବେଷଣା କେନ୍ଦ୍ର ଦିହାରଠାରେ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (DRDO)ପକ୍ଷରୁ ଏକ କୋଭିଡ-୧୯ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ଏହି ପରିକ୍ଷା ଯୋଗୁଁ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ସଂକ୍ରମିତଙ୍କ ଉପରେ ନଜର ରଖାଯାଇପାରିବ । ଆଇସିଏମଆର ପକ୍ଷରୁ ପ୍ରଦତ୍ତ ମାର୍ଗଦର୍ଶିକା ଅନୁଯାୟୀ ଏହି କେନ୍ଦ୍ର ସ୍ଥାପନ କରାଯାଇଛି। ଲଦାଖର ଉପରାଜ୍ୟପାଳ ଶ୍ରୀ ଆର.କେ.ମାଥୁର ଏହି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି । ଦିହାରସ୍ଥିତ ଏହି…
