ଓଃ… ଏଥପାଇଁ ତା’ହେଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି,ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଗଷ୍ଟ ୧୫ ଦିନ ଫୋନ କରିଥିଲେ
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରିଥିଲେ। ଏହି ଫୋନ୍ କଲ ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ ଯେ ଗତ କିଛିଦିନ ହେବ ଭାରତ ଓ ନେପାଳ ମାଧରେ ଭଲ ସମ୍ପର୍କ ନାହିଁ। ସୀମା ବିବାଦ ପରେ ପ୍ରଥମ ଥର ପାଇଁ ଥିଲା ଏହି କଥାବାର୍ତ୍ତା। ସୀମାକୁ ନେଇ ନେପାଳ ଏବଂ ଭାରତ ସମ୍ପର୍କ ମଧ୍ୟରେ କଳହ ଲାଗିଥିଲା। ଏହା ପରେ ନେପାଳ ଅନେକ ଥର ଭାରତ ବିରୋଧରେ…
