Odisha School Admission: ଆଜିଠାରୁ ସ୍କୁଲରେ ନାମଲେଖା ଆରମ୍ଭ, ଆସିବେ କେବଳ ଅଭିଭାବକ
ଭୁବନେଶ୍ଵର : ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମଲେଖା (admission) ଆଜିଠାରୁ ଆରମ୍ଭ ହୋଇଛି। ସ୍କୁଲରେ ଏପ୍ରିଲ ୨୭ରୁ ମେ ୩୧ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ସକାଳ ୭ଟାରୁ ପୂର୍ବାହ୍ନ ୯ଟା ୩୦ ମଧ୍ୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇପାରିବ। କୋଭିଡ଼ କଟକଣା ଅନୁସାରେ ଏକସଙ୍ଗେ ୫ଜଣରୁ ଅଧିକ ଅଭିଭାବକ ନାମଲେଖା ଲାଗି ସ୍କୁଲ ଭିତରକୁ ପ୍ରବେଶ କରିପାରିବେ ନାହିଁ। ନାମଲେଖା ସମୟରେ ଯେପରି କୋଭିଡ୍-୧୯ ଗାଇଡ୍ଲାଇନ୍…
