Rudram: ଆଣ୍ଟି-ରେଡିଏସନ କ୍ଷେପଣାସ୍ତ୍ର ‘ରୁଦ୍ରମ’ର ସଫଳ ପରୀକ୍ଷଣ
ବାଲେଶ୍ଵର: ଆଜି ଗୁରୁବାର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଆଉ ଏକ ବଡ଼ ସଫଳତା ହାସଲ କରିଛି। ଭାରତ ଯୁଦ୍ଧ ବିମାନ ସୁଖୋଇ -୩୦(Sukhoi-30) ସହିତ ଆଣ୍ଟି-ରେଡିଏସନ କ୍ଷେପଣାସ୍ତ୍ର ‘ରୁଦ୍ରାମ’ (Rudram Anti-Radiation Missile) କୁ ସଫଳତାର ସହ ପରୀକ୍ଷଣ କରିଛି। ଡିଆରଡିଓ ଆଣ୍ଟି ରେଡିଏସନ୍ କ୍ଷେପଣାସ୍ତ୍ର ‘ରୁଦ୍ରମ୍’ ତିଆରି କରିଛି। ପୂର୍ବ ଉପକୂଳରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଭାରତର ଏହା ପ୍ରଥମ ବିକଶିତ କ୍ଷେପଣାସ୍ତ୍ର, ଯାହାକୁ ଯେକୌଣସି ଉଚ୍ଚତାରୁ ନିକ୍ଷେପ କରାଯାଇପାରିବ।…
