Dean Jones: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସ ମୁମ୍ବାଇରେ ହୃଦଘାତରେ ମୃତ୍ୟୁ;ବିରାଟ,ବିରେନ୍ଦ୍ରଙ୍କ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ
ମୁମ୍ବାଇ: ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସ (Dean Jones) ହୃଦଘାତରେ ମୁମ୍ବାଇରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ଗୁରୁବାର ମଧ୍ୟାହ୍ନ ବେଳକୁ ମୁମ୍ବାଇର ଏକ ହୋଟେଲ୍ରେ ତାଙ୍କର ହୃଦ୍ଘାତ ହୋଇଥିଲା। ସେ ୧୯୮୪ ରୁ ୧୯୯୨ ପର୍ଯ୍ୟନ୍ତ ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ୫୨ ଟି ଟେଷ୍ଟରେ ହାରାହାରି ୪୬.୫୫ ହାରରେ ୩,୬୩୧ ରନ୍ ସଂଗ୍ରହ କରିଥିଲେ। ସେ ୧୧ଟି ଶତକ ଏବଂ ୧୪…
