ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ଦେବା ଅବଧି ଆଉ ୩ ମାସ ବୃଦ୍ଧି; ଦେଶର ଗରିବ ମାଆ ଓ ଭଉଣୀଙ୍କୁ ଲାଭ ଦେବ– ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଆଜି ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବା ସମୟ ସୀମାକୁ ଆହୁରି ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଦେଶର ଗରିବ ମାଆ ଓ ଭଉଣୀମାନଙ୍କୁ ଲାଭ ଦେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଏକ ପ୍ରସ୍ତାବ ଦିଆଯାଇଥିଲା। ତଦନୁସାରେ ୧ ଜୁଲାଇ ଠାରୁ ୩ ମାସ ପାଇଁ…
