ଗତ ୨୪ ଘଣ୍ଟାରେ ୩୫ ହଜାର କରୋନା ସଂକ୍ରମିତ ସୁସ୍ଥ , ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦ ଲକ୍ଷ ପାଖାପାଖି
ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଗୁଡିକ ପକ୍ଷରୁ ଗ୍ରହଣ କରାଯାଇଥିବା ସମନ୍ୱିତ ପରୀକ୍ଷା, ଚିହ୍ନଟ, ଚିକିତ୍ସା ରଣନୀତି ଯୋଗୁଁ ଦେଶରେ ଆକ୍ରାନ୍ତଙ୍କ ମୃତ୍ୟୁହାର ବିଶ୍ୱର ଅନ୍ୟ ଦେଶ ତୁଳନାରେ କମ୍ ରହିଛି। ଏହି ହାର ମଧ୍ୟ ନିରନ୍ତର କମିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ବ୍ୟାପକଭାବେ ଲୋକଙ୍କ ପରୀକ୍ଷା ନିରୀକ୍ଷା କରାଯାଇ ସେମାନଙ୍କୁ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବା ସହ ସନ୍ଦିଗ୍ଧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବା ଫଳରେ ଗତ ଏପ୍ରିଲଠାରୁ ଆକ୍ରାନ୍ତଙ୍କ ମୃତ୍ୟୁହାର…
