LAC: ଚୀନ ଭାରତ ସୀମାରେ ୬୦ହଜାର ସୈନ୍ୟ ନିୟୋଜିତ କରିଛି: ଆମେରିକା ବୈଦେଶିକ ସଚିବ
ନୂଆଦିଲ୍ଲୀ: ଭାରତ (India) ଏବଂ ଚୀନ୍ (China) ମଧ୍ୟରେ ସମ୍ପର୍କ ସୁଧାରିବା ପରିସ୍ଥିତି ନିକଟରେ ସଂଭାବନା ନାହିଁ। ଆମେରିକାର ବୈଦେଶିକ ସଚିବ (Foreign Secretary) ମାଇକ ପୋମପିଓ (Mike Pompeo) କହିଛନ୍ତି ଯେ ଚୀନ୍ ଭାରତର ଉତ୍ତର ସୀମାରେ ୬୦ ହଜାର ସୈନ୍ୟ ମୁତୟନ କରିଛି। ଟୋକିଓ (Tokyo) ରୁ ଫେରିବା ପରେ ଏକ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି। ମାଇକ ପୋମପିଓ ମଙ୍ଗଳବାର ଦିନ ଟୋକିଓରେ ଭାରତର ବୈଦେଶିକ ମନ୍ତ୍ରୀ ଏସ…
