Covid:ଖୋର୍ଦ୍ଧା ଜିଲ୍ଲାରେ ଭାରତୀୟ ନୌସେନା ଦ୍ଵାରା ପ୍ରତିଷ୍ଠା ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ସେବା କେନ୍ଦ୍ର
ଭୁବନେଶ୍ଵର:ଭାରତୀୟ ନୌସେନା (Indian Navy) ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର କୋଭିଡ (Covid-19) ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବା ପାଇଁ ଏହାର ଆବ-ଇନିସିଓ ଟ୍ରେନିଂ ଏଷ୍ଟାବ୍ଲିସମେଣ୍ଟ, ଆଇଏନ୍ଏସ୍ ଚିଲିକା (INS Chilika), ନୌସେନା ଅଧିକାରୀ-ଭାରପ୍ରାପ୍ତ (ଓଡ଼ିଶା)ଙ୍କ ଅଧୀନରେ ଏକ କୋଭିଡ ସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହାକୁ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଏସ.କେ ମହାନ୍ତି ଉଦ୍ଘାଟନ କରିଛନ୍ତି। INHS Nivarini, ନୌସେନା ହସ୍ପିଟାଲରେ ଅମ୍ଳଜାନ ସୁବିଧା ଥିବା ଅତିରିକ୍ତ ୧୫ ଶଯ୍ୟା ସହିତ ୧୫୦ ଶଯ୍ୟା ବିଶିଷ୍ଟ ଏକାନ୍ତବାସ…
