ଆତ୍ମନିର୍ଭର ଭାରତ ଆପ୍ ଅଂଶୀଦାର ହେବାକୁ ବୈଷୟିକ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ଆତ୍ମନିର୍ଭର ଭାରତ ଆପ୍ ନିର୍ମାଣ ଓ ବିକାଶ କାର୍ଯ୍ୟରେ ସହଯୋଗ କରିବାକୁ ବୈଷୟିକ ସମୁଦାୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି। ଲିଙ୍କେଡିନ୍ରେ ପ୍ରକାଶିତ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଭାରତର ସମୃଦ୍ଧ ଟେକ୍ ଓ ଷ୍ଟାର୍ଟଅପ୍ ପରିବେଶ ସଂପର୍କରେ ଉଲ୍ଲେଖ କରି ଏହାର ବିଭିନ୍ନ କ୍ଷେତ୍ରରେ ଯେଉଁ ବୈଷୟିକ ଆବଶ୍ୟକତା ଓ ଆହ୍ୱାନ ମାନ ସୃଷ୍ଟି ହୋଇଛି ତାହାର ସମାଧାନ କରିବାକୁ ଯୁବ ପ୍ରଯୁକ୍ତିବିତ୍ମାନେ ଆଗେଇ ଆସିବାକୁ ଉଲ୍ଲେଖ କରିଛନ୍ତି। ଯୁବ ପ୍ରଯୁକ୍ତିବିତ୍ମାନେ ଏ କ୍ଷେତ୍ରରେ…
