Cuttack: ଆତଙ୍କରାଜ ଶେଷ ହୋଇ ଦେଶର ଟିକସ ବ୍ୟବସ୍ଥା ସ୍ୱଚ୍ଛ ଓ ପାରଦର୍ଶୀ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ
ଆୟକର ଟିକସ ଆପିଲେଟ ଟ୍ରିବ୍ୟୁନାଲ (Income Tax appellate Tribunal-ITAT) ର କଟକ ବେଞ୍ଚ କାର୍ଯ୍ୟାଳୟ ତଥା ଆବାସିକ ପରିସରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ (PM Modi)। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଆଜି ଟିକସ ଆତଙ୍କବାଦରୁ ଟିକସ ସ୍ୱଚ୍ଛତାରେ ପହଞ୍ଚିଛି। ସରକାରଙ୍କର ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତରଣ ଆଭିମୁଖ୍ୟ କାରଣରୁ ଏହି ପରିବର୍ତ୍ତନ ସମ୍ଭବ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ପ୍ରଯୁକ୍ତି (Technology) ସହାୟତାରେ ନିୟମ ଏବଂ ପ୍ରକ୍ରିୟାରେ…
