Job Card ରେ ଦୀପିକା ପାଦୁକୋନଙ୍କ ଫଟୋ
ଭୋପାଳ: ଜବ୍ କାର୍ଡରେ ଅଭିନେତ୍ରୀ ଦୀପିକା ପାଦୁକୋନ (Deepika Padukone) ଙ୍କ ଫଟୋ ଅଛି। ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଖର୍ଗୋନସ୍ଥିତ ଏକ ଗ୍ରାମ ପଞ୍ଚାୟତରେ। ଚଳଚ୍ଚିତ୍ର ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅନ୍ୟ ହିରୋଇନମାନଙ୍କ ଫଟୋ ଜବ କାର୍ଡ (Job Card) ରେ ଅଛି। ପଞ୍ଚାୟତ ସେକ୍ରେଟାରୀ ଏବଂ ଗ୍ରାମ ରୋଜଗାର ସେବକ ମିଳିତ ଭାବେ ଏହା କରିଛନ୍ତି। ଅନଲାଇନ୍ ଜବକାର୍ଡରେ ଗ୍ରାମୀଣ ମହିଳା ଏବଂ ପୁରୁଷଙ୍କ ଚିତ୍ର ବଦଳରେ ଅଭିନେତ୍ରୀଙ୍କ ଚିତ୍ର ବଦଳାଯାଇଥିଲା।…
