ଅନୁଭବଙ୍କ ବିରୋଧରେ କୋର୍ଟ ଗଲେ ପତ୍ନୀ ବର୍ଷା,ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ
କଟକ: ଓଡିଆ ସିନେଜଗତର ଲୋକପ୍ରିୟ ଯୋଡି ଅଭିନେତା ତଥା କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ମାନ୍ୟବର ଏସ୍ଡିଜେଏମ୍ କଟକ ସଦରଙ୍କ ଅଦାଲତରେ ନିଜର ଭରଣପୋଷଣ ପାଇଁ ଆବେଦନ କରିଛନ୍ତି ଓଲିଉଡ୍ର ବିଶିଷ୍ଟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଅଭିଯୋଗ ଆଣିଲେ ସାଂସଦ ଅନୁଭବଙ୍କ ପତ୍ନୀ। ସୂଚନାଅନୁଯାୟୀ,ସିଆରଏଏସି ନଂ, ୯୪/୨୦୨୦ରେ ପ୍ରୋଟେସନ୍ ଅଫ୍ ଓମେନ୍ ଫ୍ରମ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ ୨୦୦୫ର…
