DL New Apply: ଏହିସବୁ RTO ରେ ନୂଆ ଡିଏଲ୍ ଆବେଦନ ପାଇଁ ଅନୁମତି
ଭୂବନେଶ୍ଵର: ବର୍ତ୍ତମାନ ରାଜ୍ୟରେ ୨୧ଟି ଆର୍ଟିଓ (RTO) ରେ ନୂଆ ଡିଏଲ୍ ଆବେଦନ (DL Apply) କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଏଥିରେ ଚଣ୍ଡିଖୋଲ, ବରପାଲି, କୋରାପୁଟ (Koraput), ମୟୁରଭଞ୍ଜ, ଫୁଲବାଣୀ, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା, ଅନୁଗୋଳ (Angul), ଗଜପତି, ନବରଙ୍ଗପୁର, ବୌଦ୍ଧ, ଦେଓଗଡ଼, ମାଲକାନଗିରି, ଭଞ୍ଜନଗର, ଗଞ୍ଜାମ, ସୋନପୁର, ତାଳଚେର (Talcher), ରାଇରଙ୍ଗପୁର, ରାଉରକେଲା, ସମ୍ବଲପୁର (Sambalpur) ଆରଟିଓ କାର୍ଯ୍ୟାଳୟକୁ ସାମିଲ କରାଯାଇଛି। ସୂଚନାଯୋଗ୍ୟ ରାଜ୍ୟରେ କରୋନା ଭୂତାଣୁ ମହାମାରୀ (Corona Virus Pandemic) ଯୋଗୁଁ…
