Cyclone Yaas:ୟାସ ପ୍ରଭାବରେ ବାଲେଶ୍ଵରରେ ବ୍ୟାପକ କ୍ଷୟକ୍ଷତି,ଏବେ ଯାଇପାରେ ଝାଡ଼ଖଣ୍ଡ
ବାଲେଶ୍ୱର: ସାମୁଦ୍ରିକ ବାତ୍ୟା ‘ୟାସ୍’ (Yaas) ବାଲେଶ୍ୱର (Baleswar) ର ୨୦ କିଲୋମିଟର ଦକ୍ଷିଣରେ ସୋର ନିକଟବର୍ତ୍ତୀ ବାହାନଗାଠାରେ ସ୍ଥଳଭାଗ ସ୍ପର୍ଶ କରିଛି। ରେମୁଣା- ବାହାନଗା- ସଦର ମଧ୍ୟରେ ଲ୍ୟାଣ୍ଡଫଲ କରିଛି ୟାସ୍। ୟାସ୍ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ ହୋଇଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୫୦ କିଲୋମିଟର ରହିଥିଲା। ସେଇପରି ବାତ୍ୟା ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର…
