Weather Odisha Live: ଶୀତରେ ଥରୁଛି ଓଡ଼ିଶା, ଆଗକୁ ଆହୁରି ବଢିବ, ସେପଟେ ବାତ୍ୟା ମାଣ୍ଡୋସ୍ କରିବ ଲ୍ୟାଣ୍ଡଫଲ୍
ଭୁବନେଶ୍ଵର: Weather Odisha Live ଶୀତରେ ଓଡ଼ିଶା ଥରୁଛି। ଓଡ଼ିଶାକୁ ଉତ୍ତରଦିଗରୁ କ୍ରମାଗତଭାବେ ଶୁଷ୍କ ଓ ଥଣ୍ଡାବାୟୁ ପ୍ରବେଶ କରୁଥିବା ଯୋଗୁଁ ଏହାର ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। କେତେକ ସ୍ଥାନରେ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ଆଜି ଫୁଲବାଣୀଠାରେ ତାପମାତ୍ରା ୬.୬ ଡିଗ୍ରୀ ସେଲ୍ସିୟସ୍ ଥିବାବେଳେ ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ ରହିଛି। ଅଧିକ ଥଣ୍ଡା ଯୋଗୁଁ ରାସ୍ତାଘାଟ ମଧ୍ୟ ଜନଶୂନ୍ୟ ହୋଇପଡ଼ୁଛି।ଆଗକୁ ଆହୁରି ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା…
