ଗଞ୍ଜେଇ ଚାଲାଣ କରୁଥିବା ଦୁର୍ବୃତ୍ତଙ୍କ ମାଡ଼ରେ ହୋମଗାର୍ଡଙ୍କ ମୃତ୍ୟୁ
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶନିବାର ବିଳମ୍ବିତ ରାତିରେ ଗଞ୍ଜେଇ ଚାଲାଣ କରୁଥିବା ଦୁର୍ବୃତ୍ତଙ୍କ ମାଡ଼ରେ ଜଣେ ହୋମଗାର୍ଡଙ୍କ ରବିବାର ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡ ଜଣଙ୍କ ହେଉଛନ୍ତି ବାଲିମେଳା ଥାନାର ବନବାସୀ ମହାରଣା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଅନୁସାରେ, ଗତକାଲି ରାତିରେ ଚିତ୍ରକୋଣ୍ଡାରୁ କିଛି ଲୋକ ଭାରରେ ଗଞ୍ଜେଇ ବୋହି ନେଉଥିଲେ। ଚୋରାବେପାରୀ ଭାରରେ ଗଞ୍ଜେଇ ନେଇ ଜଙ୍ଗଲ ରାସ୍ତା ଦେଇ ଛତିଶଗଡ଼କୁ ଯାଉଥିବା ସମ୍ପର୍କରେ ବାଲିମେଳା ପୁଲିସ କୌଣସି…
