SBI ATM: ଟଙ୍କା ଉଠାଇବା ପାଇଁ ନୂଆ ନିୟମ,୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ ପାଖରେ ରଖନ୍ତୁ ମୋବାଇଲ
ଭୁବନେଶ୍ଵର: ସେପ୍ଟେମ୍ବର ୧୮ ଆଜିଠାରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (State Bank Of India)ର ଏଟିମ (ATM)ରୁ ଟଙ୍କା ଉଠେଇବା ନିୟମ ବଦଳି ଯାଇଛି। ଆପଣ ଏସବିଆଇ (SBI)ର ଡେବିଟ୍ କିମ୍ବା ଏଟିଏମ୍ କାର୍ଡ ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ବର୍ତ୍ତମାନ, ଏହାର ଏଟିଏମରୁ ଦଶ ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ ଟଙ୍କା ଉଠାଇବା ଦିନରେ ମଧ୍ୟ ଓଟିପି (OTP) ଆବଶ୍ୟକ ହେବ। ଏଣୁ ପାଖରେ ମୋବାଇଲ ରଖନ୍ତୁ। …
