Odisha Weather Report Today: ଘଡଘଡି ସହ କାଳବୈଶାଖୀ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ
ଭୁବନେଶ୍ଵର: Odisha Weather Report Today ସମଗ୍ର ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ କାଳବୈଶାଖୀ ହେବା ନେଇ ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରିକରାଯାଇଛି। ସୂଚନା ଅନୁସାରେ କୋରାପୁଟ, ରାୟଗଡ଼ା, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଏହି ୫ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। ଏଥିସହିତ କନ୍ଧମାଳ, ଗଞ୍ଜାମ, ବଲାଙ୍ଗିର, ବାଲେଶ୍ୱର, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ିସହ…
