Loud Speaker: ମସଜିଦରେ ସକାଳ ୧୦ଟାରୁ ୬ଟା ପର୍ଯ୍ୟନ୍ତ ଲାଉଡ ସ୍ପିକର ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ: ପ୍ରୟାଗରାଜ (Prayagraj) ରେ ମସଜିଦ (Mosque) ରୁ ଲାଉଡ ସ୍ପିକର ଦ୍ଵାରା ଉଚ୍ଚ ସ୍ୱରରେ ଦିଆଯାଉଥିବା ଅଜାନ (ପ୍ରାର୍ଥନାକୁ ଆହ୍ୱାନ) (Azaan) ଉପରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଆଇଜି ପ୍ରୟାଗରାଜ କେ.ପି ସିଂ ରେଞ୍ଜର ଚାରିଟି ଜିଲ୍ଲାର ଡିଏମ (District Magistrate) ଏବଂ ଏସଏସପି (Senior Superintendent of Police) ଙ୍କୁ ଏକ ଚିଠି ପଠାଇଛନ୍ତି। ଏହି ଚିଠି ମାଧ୍ୟମରେ ସେମାନଙ୍କୁ ପ୍ରଦୂଷଣ ଆଇନ ଏବଂ ହାଇକୋର୍ଟ (High Court) ଏବଂ ସୁପ୍ରିମକୋର୍ଟ (Supreme…
