Odisha News: ରାଜ୍ୟରେ ୧୪,୩୭୯ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ!
କଟକ: ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ୧୪ ହଜାର ୩୭୯ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (School) ବନ୍ଦ ହେବ ବୋଲି ଜଣାପଡ଼ିଛି। ୨୦୧୮ରେ ନିଆଯାଇଥିବା ଏହି ନିଷ୍ପତ୍ତି ୨୦୨୦-୨୧ରୁ ଲାଗୁ ହେବାକୁ ଯାଉଥିବାବେଳେ ଏହାକୁ ଚ୍ୟାଲେଞ୍ଜ୍ କରି ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ରହିତାଦେଶ ଦେବା ସହ ଏହାକୁ ରଦ୍ଦ କରିବାପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀଙ୍କ ପକ୍ଷରୁ ନିବେଦନ କରାଯାଇଛି। ଭାରତୀୟ ବିକାଶ…
