Petrol Price: ଧୀରେ ଧୀରେ ତେଲ ଦର କମିବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ (Petroleum & Natural Gas) ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) କହିଛନ୍ତି, ତୈଳ ଦର ବୃଦ୍ଧି ସାମୟିକ ଏବଂ ବିଶ୍ୱ ବଜାରରେ ଉତ୍ପାଦନ ହ୍ରାସ ପାଉଥିବାରୁ ମୂଲ୍ୟ ବୃଦ୍ଧି ଘଟୁଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆନ୍ତର୍ଜାତିକ ସ୍ଥିତି ଅନୁସାରେ କରୋନା ସମୟରେ ଚାହିଦା ଓ ଯୋଗାଣ ପ୍ରଭାବିତହୋଇଛି। ତେବେ ଧୀରେ ଧୀରେ ତେଲ ଦର କମିବ। ପେଟ୍ରୋଲିୟମ୍ ଉତ୍ପାଦକୁ ଜିଏସ୍ଟି (GST) ପରିସରଭୁକ୍ତ କରାଯିବା ନେଇ ଯୋଜନା ଚାଲିଛି।…
