ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ନୂଆ ସୁବିଧା ଏବେ ଉପଲବ୍ଧ
ନୂଆଦିଲ୍ଲୀ:ଅର୍ଥ ମନ୍ତ୍ରଣାଳୟ ଦେଶର ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ବଞ୍ଚିତ, ଅବହେଳିତ ଓ ଉପେକ୍ଷିତ ବର୍ଗଙ୍କୁ ସମାବେଶୀ ଆର୍ଥିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରି ସମସ୍ତ ସୁବିଧା ଯୋଗାଇ ଦେବାକୁ ବଦ୍ଧପରିକର। ଏହି ବର୍ଗର ଲୋକମାନଙ୍କୁ ବ୍ୟାଙ୍କ (Bank) ପରିସରକୁ ଆଣି ସେମାନଙ୍କୁ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାରେ ସାମିଲ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଏହି ଯୋଜନାର ଲକ୍ଷ୍ୟ ହେଲା ଏହି ବର୍ଗର ଲୋକଙ୍କୁ ଲାଭଖୋର ସାହୁକାର ଓ ସୁଧ କାରବାର କରୁଥିବା ବ୍ୟକ୍ତିଙ୍କଠାରୁ ସୁରକ୍ଷିତ ରଖିବା। ଆହୁରି ମଧ୍ୟ ଯେଉଁମାନେ…
