ପ୍ରଧାନମନ୍ତ୍ରୀ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ଯୋଗେ ଆଲୋଚନା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁତିନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଦ୍ଵିତୀୟ ବିଶ୍ଵ ଯୁଦ୍ଧରେ ବିଜୟର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଥିବା ସମାରୋହ ସଫଳତା ଏବଂ ରୁଷରେ ସାମ୍ବିଧାନିକ ସଂଶୋଧନ ଉପରେ ଭୋଟର ସଫଳ ସମାପନ ଲାଗି ପ୍ରଧାନମନ୍ତ୍ରୀ ସହୃଦୟତାର ସହିତ ଅଭିନନ୍ଦନ ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ୨୪ ଜୁନ ରେ ମସ୍କୋରେ ଆୟୋଜିତ ସାମରିକ ପରେଡରେ ଏକ ଭାରତୀୟ ସୈନ୍ୟ ଦଳ ଅଂଶଗ୍ରହଣ…
