ଓଡ଼ିଶାରେ ସୁସ୍ଥ ହେଲେ ୨୧୭ କରୋନା ଆକ୍ରାନ୍ତ;ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬୭୦୩ କୁ ବୃଦ୍ଧି
ରାଜ୍ୟରେ ମଙ୍ଗଳବାର ଆଉ ୨୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬,୭୦୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୯୬ ଜଣ , ଖୋର୍ଦ୍ଧା ଜିଲ୍ଲା ରୁ ୧୮ଜଣ। ବରଗଡ଼ ଜିଲ୍ଲା ରୁ ୧୩ ଜଣ, ବାଲେଶ୍ଵର ରୁ ୧୬ ଜଣ,ମୟୂରଭଞ୍ଜ ରୁ…
