ଜାତୀୟ ରାଜପଥ ଟୋଲ ଫି ପ୍ଲାଜାରେ ୨୪ ଘଣ୍ଟାମଧ୍ୟରେ ଫେରିଲେ ରିହାତି ମିଳିବ, ଫାଷ୍ଟଟ୍ୟାଗ୍ ବାଧ୍ୟତାମୂଳକ
ନୂଆଦିଲ୍ଲୀ : ଦେଶର ଜାତୀୟ ରାଜପଥଗୁଡିକରେ ଥିବା ପଥକର ଆଦାୟ କେନ୍ଦ୍ର ବା ଟୋଲ ଫି ପ୍ଲାଜା ( Toll fee )ଗୁଡିକରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଗାଡି ଚାଳକମାନଙ୍କ ପାଇଁ ଫାଷ୍ଟଟ୍ୟାଗ୍ ( Fast Tag )ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏହାଫଳରେ ଗାଡିଚାଳକମାନେ ଫେରନ୍ତା ଯାତ୍ରାରେ ରିହାତି ସମେତ ଅନ୍ୟ ସମସ୍ତ ପ୍ରକାର ସୁବିଧା ପାଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏ ସଂପର୍କରେ ପ୍ରକାଶିତ ଏକ ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି…
