Home » STARTUP

ଭାରତର ମହାକାଶ ଗବେଷଣାରେ ଓଡ଼ିଶାର ପ୍ରମୁଖ ଭୂମିକା:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ମହାକାଶ ଗବେଷଣା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଆଣିଥିବା ସଂସ୍କାର ଓଡିଶା ଭଳି ରାଜ୍ୟ ପାଇଁ ସହାୟକ ହୋଇଥିବା ବେଳେ ଓଡ଼ିଶା ଭାରତର ମହାକାଶ ଗବେଷଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛି। ଚାନ୍ଦିପୁର, ବାଲେଶ୍ୱର ଏବଂ ଭଦ୍ରକର ଭାରତରତ୍ନ ଅବଦୁଲ କଲାମ ଦ୍ୱୀପପୁଞ୍ଜ ଭଳି କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଭାରତର ଅନେକ ଗୌରବମୟ ସଫଳତାର ସାକ୍ଷୀ ହୋଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ମହାକାଶ କ୍ଷେତ୍ରରେ ମୋଦୀ ସରକାରଙ୍କ ସଂସ୍କାର ପ୍ରସଙ୍ଗରେ…

Read More

ପ୍ରତିରକ୍ଷା କ୍ଷେତ୍ରରେ ଦେଶରେ ଏକ ନୂଆ ମାନସିକତା ଜନ୍ମ ନେଇଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଉପରେ ଆୟୋଜିତ ସେମିନାରରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅଭିଭାଷଣ ଦେଇଛନ୍ତି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଚିଫ ଅଫ ଡିଫେନ୍ସ ଷ୍ଟାଫ ( CDS )ଜେନେରାଲ ବିପିନ ରାୱତ , ତିନି ସେନା ମୁଖ୍ୟ, ଭାରତ ସରକାରଙ୍କ ସମସ୍ତ ଉପସ୍ଥିତ ଉଚ୍ଚାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ ଅନେକ ବର୍ଷ ଧରି ବିଶ୍ୱର ସର୍ବବୃହତ ପ୍ରତିରକ୍ଷା ସାମଗ୍ରୀ ଆମଦାନିକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇ…

Read More

ବିଦେଶରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଦ୍ୱାରା ଓଡିଶାର ସମ୍ଭାବନା ସୁଯୋଗରେ ପରିଣତ ହୋଇପାରିବ : ଧର୍ମେନ୍ଦ୍ର ପ୍ରଧାନ ଓଡିଆ ଦୁଇ ଛାତ୍ର ସୋନିକ କିରନ ଦାଶ ଏବଂ ସୌମେନ ମହାପାତ୍ର ସାମିଲ ଓଡିଶା ବୌଦ୍ଧିକ କ୍ଷମତାର ପେଣ୍ଠସ୍ଥଳି। ଏହାକୁ ଧ୍ୟାନରେ ରଖି ଓଡିଆ ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଉପଯୋଗ କରି କରୋନା ପରବର୍ତ୍ତୀ ଦୃଶ୍ୟପଟ୍ଟରେ ଓଡିଶା ଓ ଭୁବନେଶ୍ୱରରେ ଥିବା ନୂଆ ସମ୍ଭାବନାକୁ ସୁଯୋଗରେ ପରିଣତ କରାଯାଇପାରିବ ବୋଲି ବିଦେଶରେ ରହୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ଅବସରରେ…

Read More

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ରେୱା ମେଗା ସୌର ଶକ୍ତି ପ୍ରକଳ୍ପ ଦେଶକୁ ଉତ୍ସର୍ଗ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଦେଶକୁ ରେୱା ଅଲଟ୍ରା ମେଗା ସୌରଶକ୍ତି ପ୍ରକଳ୍ପ ପାଇଁ ଉତ୍ସର୍ଗ କରିଛନ୍ତି। ଏହା ଏସିଆର ବୃହତ୍ତମ ଶକ୍ତି ପ୍ରକଳ୍ପ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରେୱା ପ୍ରକଳ୍ପ ଏହି ଦଶନ୍ଧିରେ ସମଗ୍ର ଅଞ୍ଚଳକୁ ଶୁଦ୍ଧ ଏବଂ ନିର୍ମଳ ଶକ୍ତି ପାଇଁ ଏକ ପ୍ରମୁଖ ହବ୍ କରିବ। ପ୍ରଧାନମନ୍ତ୍ରୀ ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି ଯେ ଏହା ରେୱା ଆଖପାଖ ଅଞ୍ଚଳ ସହିତ ଦିଲ୍ଲୀ ମେଟ୍ରୋକୁ…

Read More

ଭାରତ ସରକାର ଓ ବିଶ୍ୱବ୍ୟାଙ୍କ ମଧ୍ୟରେ ୭୫୦ ନିୟୁତ ଡଲାରର ଚୁକ୍ତି ସ୍ୱାକ୍ଷରିତ

ବିଶ୍ୱବ୍ୟାଙ୍କ ଓ ଭାରତ ସରକାର ମଧ୍ୟରେ ଏକ ଆର୍ଥିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।  ବିଶ୍ୱବ୍ୟାଙ୍କ ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ଜରୁରୀକାଳୀନ ସହାୟତା କାର୍ଯ୍ୟକ୍ରମ ବାବଦରେ ୭୫୦ନିୟୁତ ଡଲାର ଯୋଗଇଦେବ । କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଏହି ଉଦ୍ୟୋଗକୁ ଅର୍ଥ ଯୋଗାଣ ବୃଦ୍ଧି କରିବାରେ ଏହି ଅର୍ଥ ବ୍ୟୟ ହେବ। ପାଞ୍ଚ ବର୍ଷର କୋହଳ ସମୟ ସମେତ ମୋଟ ୧୯ବର୍ଷରେ ଭାରତକୁ କୋହଳ ହାରରେ ଏହି ଋଣ ପରିଶୋଧ କରିବାକୁ…

Read More

ଆତ୍ମନିର୍ଭର ଭାରତ ଆପ୍‌ ଅଂଶୀଦାର ହେବାକୁ ବୈଷୟିକ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ଆତ୍ମନିର୍ଭର ଭାରତ ଆପ୍‌ ନିର୍ମାଣ ଓ ବିକାଶ କାର୍ଯ୍ୟରେ ସହଯୋଗ କରିବାକୁ ବୈଷୟିକ ସମୁଦାୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି। ଲିଙ୍କେଡିନ୍‌ରେ ପ୍ରକାଶିତ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଭାରତର ସମୃଦ୍ଧ ଟେକ୍‌ ଓ ଷ୍ଟାର୍ଟଅପ୍‌ ପରିବେଶ ସଂପର୍କରେ ଉଲ୍ଲେଖ କରି ଏହାର ବିଭିନ୍ନ କ୍ଷେତ୍ରରେ ଯେଉଁ ବୈଷୟିକ ଆବଶ୍ୟକତା ଓ ଆହ୍ୱାନ ମାନ ସୃଷ୍ଟି  ହୋଇଛି ତାହାର ସମାଧାନ କରିବାକୁ ଯୁବ ପ୍ରଯୁକ୍ତିବିତ୍‌ମାନେ ଆଗେଇ ଆସିବାକୁ ଉଲ୍ଲେଖ କରିଛନ୍ତି। ଯୁବ ପ୍ରଯୁକ୍ତିବିତ୍‌ମାନେ ଏ କ୍ଷେତ୍ରରେ…

Read More