ପରୀକ୍ଷା ବାତିଲ କରିବା ରାଜ୍ୟ ସରକାର ଙ୍କ ଅଧିକାର ନୁହେଁ : ୟୁଜିସି
ପୁନେ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି ଯେ କୋଭିଡ଼ -୧୯ ମହାମାରୀ ମଧ୍ୟରେ ମହାରାଷ୍ଟ୍ର ସରକାରଙ୍କ ଶେଷ ବର୍ଷ ଡିଗ୍ରୀ ପରୀକ୍ଷା ବାତିଲ କରିବାର କ୍ଷମତା ନାହିଁ। ମହାରାଷ୍ଟ୍ର ସରକାରଙ୍କ ପରୀକ୍ଷା ବାତିଲ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପୁନେର ଜଣେ ଅବସରପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ବିଶ୍ୱବିଦ୍ୟାଳୟ ସିନେଟ ସଦସ୍ୟ ଧନଞ୍ଜୟ କୁଲକର୍ଣ୍ଣିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଉତ୍ତରରେ ଏହି ଆଫିଡେଭିଟ୍ ଦାଖଲ କରାଯାଇଥିଲା। ମହାମାରୀ…
