ଚଳିତ ବର୍ଷ ପାଠ୍ୟ ସିଲାବସ୍ କମିବ:ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ଵର: କୋଭିଡ଼-୧୯ ( covid-19) ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଶିକ୍ଷା ବର୍ଷ ୨୦୨୦-୨୧ ରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ସିଲାବସ୍ ହ୍ରାସ କରାଯିବ। ପ୍ରଥମ ଶ୍ରେଣୀରୁ ଯୁକ୍ତ ଦୁଇ ( +2 ) ପର୍ଯ୍ୟନ୍ତ ପାଠ୍ୟକ୍ରମ କମିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ବିଭାଗ ପକ୍ଷରୁ ଗଠନ କରାଯାଇଥିବା କିମଟି ସେମାନଙ୍କ ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟକୁ ବିଭାଗର ସଚିବ ତର୍ଜମା କରି ଚୂଡ଼ାନ୍ତ ନିଷ୍ପତ୍ତି…
