Home » ଚଳିତ ବର୍ଷ ପାଠ୍ୟ ସିଲାବସ୍‌ କମିବ:ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଚଳିତ ବର୍ଷ ପାଠ୍ୟ ସିଲାବସ୍‌ କମିବ:ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

Odisha corona update Today _samir_das
Share this:

ଭୁବନେଶ୍ଵର: କୋଭିଡ଼-୧୯ ( covid-19) ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଶିକ୍ଷା ବର୍ଷ ୨୦୨୦-୨୧ ରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ସିଲାବସ୍ ହ୍ରାସ କରାଯିବ। ପ୍ରଥମ ଶ୍ରେଣୀରୁ ଯୁକ୍ତ ଦୁଇ ( +2 ) ପର୍ଯ୍ୟନ୍ତ ପାଠ୍ୟକ୍ରମ କମିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି। ବିଭାଗ ପକ୍ଷରୁ ଗଠନ କରାଯାଇଥିବା କିମଟି ସେମାନଙ୍କ ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟକୁ ବିଭାଗର ସଚିବ ତର୍ଜମା କରି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ଏବଂ ଏ ନେଇ ସପ୍ତାହକ ମଧ୍ୟରେ ଘୋଷଣା କରାଯିବ ମନ୍ତ୍ରୀ କହିଛନ୍ତି।

ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଅନିଶ୍ଚିତତା ଲାଗି ରହିଛି। ଏନେଇ ମନ୍ତ୍ରୀ ଶ୍ରୀ ଦାସ  କହିଛନ୍ତି କେନ୍ଦ୍ର ସରକାର ଚଳିତ ମାସ ୩୧ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର କେଉଁ ନିର୍ଦ୍ଦେଶନାମା ଜାରି କରିଛି  ତାହା ସମୀକ୍ଷା କରିବା ପରେ ସରକାର ନିଷ୍ପତ୍ତି ନେବେ। ସ୍କୁଲ ଖୋଲିବାର ତାରିଖ ସ୍ଥିର ହେବା ପରେ ହ୍ରାସର ପ୍ରତିଶତ ଜାଣିହେବ ବୋଲି ସେ କହିଛନ୍ତି।

Also Read:

NRA ଚାକିରି ଆଶାୟୀ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this: